ଜୁଏଲାରୀ ଦୋକାନରୁ ଲୁଟ୍, ପୁଲିସ ନିଷ୍କ୍ରିୟତାର ଅଭିଯୋଗ ଆଣିଲା ବଣିକ ସଂଘ

.

Published On: Dec 25, 2017 11:05 AM IST | Updated On: Dec 25, 2017 11:27 AM IST |   235

ବଡ଼ସାହି: ମୟୁରଭଞ୍ଜ ଜିଲା ବଡ଼ସାହି  ବଜାରରେ ଥିବା ଜୁଏଲାରୀ ଦୋକାନରୁ ରବିବାର ରାତିରେ ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଛି । ଏହାକୁ ସ୍ଥାନୀୟ ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ଚୋରି ହେଉଛି ବୋଲି ବଣିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଯୋଗ୍ୟ, ବଡ଼ସାହି ଥାନା ଠାରୁ ଶହେ ମିଟର ଦୂରରେ ଥିବା ଅମ୍ବିକା ଜୁଏଲାର୍ସ ଦୋକାନରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଚୋରି କରିଛନ୍ତି । ଦୋକାନର ଲକର ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାରୂପା ଗହଣାକୁ ନେଇ ଯାଇଛନ୍ତି ।

ପ୍ରଥମେ ଦୁର୍ବୃତ୍ତ ମାନେ ଜୁଏଲାର୍ସ ଦୋକାନ ଉପର ମହଲାରେ ଭଡାରେ ରହୁଥିବା ଅଗ୍ନିଶମ ଅଧିକାରୀଙ୍କ ଘରେ ପସିଥିଲେ । ତାଙ୍କ ପରିବାରର ୩ ଜଣଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ । ପରେ ଜୁଏଲାର୍ସ ଦୋକାନରେ ଭାଙ୍ଗି ଲୁଟ କରିଥିଲେ । ରାତି ପ୍ରାୟ ୧ଟା ସମୟର ଘଟଣା ବୋଲି ଜଣାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।