ମନୁାଫା-ବିରୋଧ ଓ ଏନ୍ଏଏ: ଭାରସାମ୍ୟ ରକ୍ଷା ଜରୁରୀ

.

Published On: Dec 24, 2017 04:30 PM IST |   80

ଅସୀମ ଚାୱଲା

ଲେଖକ ଜଣେ ଆଇନଜୀବୀ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ନୂଆଦିଲ୍ଲୀ

ଯେଉଁ ସମୟରେ ଅତ୍ୟଧିକ ଲାଭ ବା ମୁନାଫା  ରୁ ନିବୃତ୍ତ କରିବା କଥା ନେଇ ଚର୍ଚା ହେଉଛି, ସେତେବେଳେ ଜାତୀୟ ମୁନାଫା-ବିରୋଧୀ  କର୍ତ୍ତୃପକ୍ଷ (ନ୍ୟାସନାଲ ଆଣ୍ଟି-ପ୍ରଫିଟିଅଟିରିଂ ଅଥରିଟି ବା ଏନ୍ଏଏ)ଙ୍କ ଉପରେ ଦୃଷ୍ଟି ନିବଦ୍ଧ ହେବା ସ୍ବାଭାବିକ। ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନ ଅନୁଯାୟୀ ମୁନାଫାବିରୋଧୀ ଯାଞ୍ଚ କରିବା ପାଇଁ ଏନ୍ଏଏକୁ ନିର୍ଦେଶାବଳୀ ତିଆରରି ଦାୟିତ୍ବ ଦିଆଯାଇଛି। ମୂଲ୍ୟ  ହ୍ରାସର ଫାଇଦା ଉପଭୋକ୍ତାଙ୍କୁ ମିଳିବାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ଯାହାହେଉ, ବାସ୍ତବ ପ୍ରଶ୍ନ ହେଉଛି କମ୍ପିଟିସନ କମିସନ ଭଳି ଗୋଟିଏ   ସମଗୋତ୍ରୀୟ ସଂସ୍ଥା ରହିଥିବାବେଳେ ଆଉ ଏକ କର୍ତ୍ତୃପକ୍ଷ ଗଠନ କରିବାର ଆବଶ୍ୟକତା ପ୍ରକୃତରେ କେତେ ଆହୁରି ମଧ୍ୟ, ଏନ୍ଏଏର କାର୍ଯ୍ୟପ୍ରଣାଳୀ ଓ କାର୍ଯ୍ୟକାରିତା କିଭଳି ହେବା ଉଚିତ? ତାତ୍ତ୍ବିକ ରୂପେ ଦେଖିଲେ ଭାରତ ଭଳି ଏକ ଦେଶରେ ମୁନାଫା-ବିରୋଧୀ ବ୍ୟବସ୍ଥାର ଗୁରୁତ୍ବକୁ ଉପଲବ୍ଧି  କରିହୁଏ, କାହିଁକିନା ଜିଏସଟିର ସମ୍ପର୍କରେ ଦେଶର ବୃହତ୍ ଭାଗ ସାଦାସିଧା ଉପଭୋକ୍ତା ବୁଝିପାରିନାହାନ୍ତି ଓ ସେମାନେ ସହଜରେ ପ୍ରତାରିତ ହେବାର ଆଶଙ୍କା ରହିଛି। କିନ୍ତୁ ଏଭଳି ମୁନାଫାବିରୋଧୀ ନିୟନ୍ତ୍ରଣ ଆନ୍ତର୍ଜାତିକ ସ୍ତରରେ ସେତେବେଶୀ ପ୍ରଭାବ ପକାଇବାର ଉଦାହରଣ ନାହିଁ। ମାଲେସିଆ ଦେଶ ତାହାର ଏକ ପ୍ରକୃଷ୍ଟ ପ୍ରମାଣ। ବୋଧହୁଏ, ଏହି କାରଣରୁ ଭାରତରେ ଅଷ୍ଟ୍ରେଲିଆ ଭଳି ଉତ୍ପାଦ-ନିଷ୍ଟ ପଦ୍ଧତି ବା ଦୃଷ୍ଟିକୋଣ ଅନୁସରଣ କରିବାକୁ ଚିନ୍ତା କରାଯାଇପାରେ। ମୁନାଫା ବିରୋଧୀ ନିୟମ କାର୍ଯ୍ୟକାରୀ କରିବାରେ ଅଷ୍ଟ୍ରେଲୀୟ ଦୃଷ୍ଟିକୋଣରୁ ବହୁତ କିଛି ଶିଖିବାର ଅଛି। ଅଷ୍ଟ୍ରେଲିଆରୁ ଶିକ୍ଷା ଅଷ୍ଟ୍ରେଲିଆ ୧ ଜୁଲାଇ ୨୦୦୦ରେ ଜିଏସ୍‌ଟି ଲାଗୁ କଲା; କିନ୍ତୁ ୧ ଜୁଲାଇ ୧୯୯୯ରୁ ୩୦ ଜୁନ ୨୦୦୨ ତିନିବର୍ଷ ପରିବର୍ତ୍ତନକାଳୀନ ଅବଧିକୁ ଧରି ଏହା କାର୍ଯ୍ୟକାରୀ ହୋଇଥିଲା। ଜିଏସ୍‌ଟି ଦ୍ୱାରା ମୂଲ୍ୟ ପରିବର୍ତ୍ତନକୁ ପରଖିବା ଏବଂ ଜିଏସ୍‌ଟି ଦର ପରିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ପାରୁନଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଅଷ୍ଟ୍ରେଲିଆନ କମ୍ପିଟେସନ୍‌  ଏଣ୍ଡ୍ କନ୍‌ଜ୍ୟୁମର କମିସନ (ଏସିସିସି)କୁ ଦାୟିତ୍ବ ଦିଆଯାଇଥିଲା। ଏସିସିସି ବ୍ୟବସାୟରେ ଉପଯକ୍ତୁ ନିୟମ ପରିପାଳନ ନିମିତ୍ତ ବହୁବିଧ ଉପାୟ ଅବଲମ୍ବନ କରିଥିଲା। ଏହା ଉପଭୋକ୍ତାଙ୍କ ଅଭିଯୋଗ ଶୁଣାଣି ପାଇଁ ଜାତୀୟ ଟେଲିଫୋନ୍ ଜିଏସ୍‌ଟି ମୂଲ୍ୟ ହଟ ଲାଇନ ପ୍ରତିଷ୍ଠା କରିଥିଲା; କ୍ଷୁଦ୍ର ବ୍ୟବସାୟୀ ଙ୍କୁ ସହାୟତା କରିବା ପାଇଁ ଏକ ‘ସ୍ମଲ୍ ବିଜିନେସ୍ ପ୍ରାଇସିଂ କିଟ୍’ ନାମକ ସମ୍ପୂର୍ଣ୍ଣ ତଥ୍ୟ ଥିବା ପୁସ୍ତିକା ପ୍ରକାଶ କରିଥିଲା; ଜିଏସ୍‌ଟି କାର୍ଯ୍ୟକାରୀ ହେବାର ପରବର୍ତ୍ତୀ ଛଅ ମାସ ଭିତରେ ୧୮୫ଟି ସାଧାରଣ ଖାଉଟି ସାମଗ୍ରୀର ସମ୍ଭାବ୍ୟ ମୂଲ୍ୟ ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ପାଇଁ ‘ଜିଏସ୍‌ଟି ସହ ପ୍ରତିଦିନ ସପିଙ୍ଗ୍ ଗାଇଡ଼’ ଭଳି ଏକ ପୁସ୍ତିକା ପ୍ରକାଶ କରି ବଣ୍ଟନ କରିଥିଲା। କେବଳ ସେତିକି ନୁହେଁ, ଏସିସିସି ୧୦୦ ନିୟୁତ ଡଲାରରୁ ଅଧିକ କାରବାର କରୁଥିବା କମ୍ପାନୀ ଗଡ଼ିୁକୁସ୍ବେଚ୍ଛାକୃତ ଭାବେ ଏକ ‘ସାର୍ବଜନୀନ ଅନୁପାଳନ ଅଙ୍ଗୀକାରବଦ୍ଧତା’ (ପିସିସି) ଦେବାକୁ କହିଥିଲା, ଯେଉଁଥିରେ କମ୍ପାନୀ ଏସିସିସିର ମୂଲ୍ୟ ପରିବର୍ତ୍ତନ ନିର୍ଦେଶାବଳୀକୁ ସାଦରେ ସ୍ବୀକାର କରିବାକୁ ପ୍ରତିଶୃତି  ଦେବ। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପୂର୍ବରୁ ଏବଂ ପରେ, ଏସିସିସି ଖୁଚୁରା ବ୍ୟବସାୟୀ ଓ ବଡ଼ ବ୍ୟବସାୟୀଙ୍କ ନିକଟକୁ ଯାଇ ବିଭିନ୍ନ ଦ୍ରବ୍ୟ ଓ ସେବା ସମ୍ପର୍କରେ ଏକ ସର୍ବେକ୍ଷଣ କରିଥିଲା, ଯେଉଁଥିରୁ କେଉଁ ଦ୍ରବ୍ୟ ଓ ସେବାରେ ମୂଲ୍ୟ ହ୍ରାସ କରିହେବ ତାହା ଜାଣିପାରିଥିଲା। ଜିଏସ୍‌ଟି କାର୍ଯ୍ୟକାରୀ ହେବା ଫଳରେ ମୂଲ୍ୟବୃଦ୍ଧି ଘଟିଛି ବୋଲି ଖାଉଟିଙ୍କ ମନରେ ଭ୍ରମ ସୃଷ୍ଟି କରିଥିବା ବିଜ୍ଞାପନ ନିର୍ମାତାଙ୍କ ବ୍ୟବସାୟକୁ ଏସିସିସି ଦ୍ବାରା ନିଷିଦ୍ଧ ଘୋଷଣା କରାଯାଇଥିଲା। ପ୍ରକୃତରେ ଜିଏସ୍‌ଟି ଦ୍ବାରା ଉକ୍ତ ଦ୍ରବ୍ୟଗଡ଼ିୁକର ମୂଲ୍ୟ  ହ୍ରାସ ପାଇଥିଲା। ଭାରତରେ ଏଭଳି କୌଣସି ପଦ୍ଧତି ନାହିଁ ଏବଂ ଅଧିକାଂଶ ବ୍ୟବସାୟୀ ଏବେ ମଧ୍ୟ ସେମାନଙ୍କ ଜିନିଷପତ୍ରକୁ ପ୍ରାକ୍-ଜିଏସ୍‌ଟି ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ ଓ ଉପଭୋକ୍ତାଙ୍କ ଦ୍ବାରା ଆଇନର ଉଲ୍ଲଙ୍ଘନ ହେଲେ ଫେଡେରାଲ୍ କୋର୍ଟ ସମ୍ମୁଖରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର କ୍ଷମତା ଏସିସିସିକୁ ପ୍ରଦାନ କରାଯାଇଥିଲା। ଅଦାଲତ କମ୍ପାନୀ ଓ କୌଣସି ବ୍ୟକ୍ତିଙ୍କ ଉପରେ ଯଥାକ୍ରମେ ୧୦ ନିୟତ ଡଲାର ଓ ୫ ଲକ୍ଷ ଡଲାର ପର୍ଯ୍ୟନ୍ତ ଜୋରିମାନା କରିପାରବେି । ଭାରତୀୟ ପରିପ୍ରେକ୍ଷ ଭାରତରେ ଜିଏସ୍‌ଟି ଲାଗୁହେବାର ମାତ୍ର ୧୦ ଦିନ ପୂର୍ବରୁ ମୁନାଫା-ବିରୋଧୀ ପ୍ରଶାସନିକ ପଦ୍ଧତି ଓ ତିନି-ଥାକିଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା। ଅନ୍ୟପକ୍ଷରେ ଜିଏସ୍‌ଟି ଲାଗୁହେବାର ଦୀର୍ଘ ବର୍ଷେ ପରିବର୍ତ୍ତନ କାଳ ଅବଧିରେ ଉଭୟ ବ୍ୟବସାୟୀ ଓ ଖାଉଟିଙ୍କୁ ମୂଲ୍ୟ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ସମ୍ବନ୍ଧରେ ଏସିସିସି ମାର୍ଗଦର୍ଶନ କରିଥିଲା। ସେହିପରି ଜିଏସ୍‌ଟି କାର୍ଯ୍ୟକାରୀ ହେବା ମାସକ ପୂର୍ବରୁ ସାଧାରଣ ଦ୍ରବ୍ୟ ଓ ସେବାଗଡ଼ିୁକର ସମ୍ଭାବ୍ୟ ମୂଲ୍ୟ ସମ୍ବନ୍ଧରେ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ଏକ ଅନୁପାଳନ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଆହୁରି ମଧ୍ୟ ଅଷ୍ଟ୍ରେଲିଆରେ ଜିଏସ୍‌ଟି ଲାଗୁ କରିବାର ପାଞ୍ଚ ମାସ ଆଗରୁ ପ୍ରଥମ ଖୁଚୁରା ମୂଲ୍ୟ ସର୍ବେକ୍ଷଣ କରାଯିବା ସହ ମୂଲ୍ୟ ନିର୍ଦେଶିକା ପ୍ରସ୍ତୁତ କରାଯାଇଥିଲା। ଏହାର ସମ୍ପୂର୍ଣ୍ଣ ବିପରୀତ, ଭାରତରେ ମୁନାଫା-ବିରୋଧୀପଦ୍ଧତି କାର୍ଯ୍ୟକାରୀ କରିବା ପାଇଁ କୌଣସି ନୋଡାଲ୍ କର୍ତ୍ତୃପକ୍ଷ ଗଠନ କରାଯାଇନାହିଁ ଏବଂ ଜିଏସ୍‌ଟି ମୂଲ୍ୟ ହ୍ରାସଏବଂ/କିମ୍ବା ଇନ୍‌ଫୁଟ ଟ୍ୟାକ୍ସ କ୍ରେଡିଟ୍ କ୍ଷେତ୍ରରେ ‘ସମାନୁପାତିକ ମୂଲ୍ୟ ହ୍ରାସ’ ମାପିବା ପାଇଁ କୌଣସି ବାସ୍ତବ ନିର୍ଦେଶାବଳୀ ନାହିଁ। ଫଳତଃ, ଏଥିସହ ସଂପୃକ୍ତ ସମସ୍ତେ ମୁନାଫା-ବିରୋଧୀପଦ୍ଧତି ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥାର ବ୍ୟବହାର ସମ୍ପର୍କରେ ଠିକଭାବେ ଅବଗତ ହୋଇପାରୁନାହାନ୍।ତି କେନ୍ଦ୍ର ସରକାର ପ୍ରମୁଖ ଶିଳ୍ପାନୁଷ୍ଠାନ ଗଡ଼ିୁକ ସହ ଆଲୋଚନା କରି ଜିଏସ୍‌ଟି ଅଧୀନରେ ହେଉଥିବା କର ମୂଲ୍ୟ ହ୍ରାସର ଲାଭକୁ ଖାଉଟିଙ୍କ ନିକଟକୁ କିଭଳି ଯିବ, ତାହା ନିଶ୍ଚିତ କରିବା ଆବଶ୍ୟକ। ମୁନାଫା-ବିରୋଧୀବ୍ୟବସ୍ଥା ଲାଗ କୁ ରିବା ପାଇଁ ପ୍ରଶାସନିକ ଓ କାର୍ଯ୍ୟକାରୀ ଢାଞ୍ଚା ନିର୍ମାଣ କରିବାକୁ ଜିଏସ୍‌ଟି ପରଷିଦକୁ ପ୍ରାୟ ସାତ ମାସ ଲାଗଗିଲା ଓ ତା’ପରେ କ୍ୟାବିନେଟ୍ ସ୍ବୀକୃତି ହାସଲ ପାଇଁ ପାଞ୍ଚ ମାସ ଏନ୍ଏଏକୁ ଲାଗିଲା। ଯଦି ଆଗରୁ ରହିଥିବା ଭାରତର କମ୍ପିଟିସନ କମିସନକୁ ଜିଏସ୍‌ଟି ପରଷିଦ ଏହି ଦାୟିତ୍ବଦେଇଥାନ୍ତା, ତେବେ ବହୁତ ସମୟ ବଞ୍ଚିଯାଇଥାନ୍ତା। କମ୍ପିଟିସନ କମିସନ ପି ର ଅନ୍ୟ ଦାୟିତ୍ବ ଭିତରେ ନିରପେକ୍ଷ ପ୍ରତିଯୋଗିତା ସୁନିଶ୍ଚିତ କରିବା, ଖାଉଟି ସ୍ବାର୍ଥର ସୁରକ୍ଷା ଓ ଜନସଚେତନତା ସୃଷ୍ଟି କରିବା ପ୍ରମୁଖ ଲକ୍ଷ୍ୟ କରାଯାଇଛି ଯେ ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ପରେ ଆରମ୍ଭରୁ ଭ୍ୟାଟ୍/ ଜିଏସ୍‌ଟିର ମୂଲ୍ୟ ଗତ ପ୍ରଭାବ ଅନୁଭବ କରାଯାଇଥିଲା ଏବଂ ପରେ, ଅଣ-ଟିକସ ଉପାଦାନ ମୂଲ୍ୟ ପରିବର୍ତ୍ତନକୁ ପ୍ରଭାବିତ କରିଥିଲା। ଅତଏବ, ଜିଏସ୍‌ଟି ଲାଗୁ ହେବାର ପରବର୍ତ୍ତୀ ସମୟରେ ଖାଉଟିମାନଙ୍କୁ ସମ୍ଭାବ୍ୟ ମୂଲ୍ୟ ପରିବର୍ତ୍ତନ ସମ୍ପର୍କରେ ଅବଗତ କରାଯିବାର ଜରୁରୀ ଆବଶ୍ୟକତା ରହିଥିଲା ଏବଂ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଅଭିଯୋଗର  ତ୍ୱରିତ୍ ଶଣାଣି ପାଇଁ ବ୍ୟବସ୍ଥା ଦରକାର ଥିଲା। ବିସ୍ତୃତ ନିର୍ଦେଶାବଳୀ ଅଭାବରୁ ବ୍ୟବସାୟୀମାନଙ୍କୁ ‘ସମାନୁପାତିକ ମୂଲ୍ୟ ହ୍ରାସ’ ନେଇ ଠିକ ଭାବେ ସୂଚନା ଦେବା ସମ୍ଭବ ହେଲାନାହିଁ, ଯାହା ନିୟନ୍ତ୍ରଣ ଓ ଉତ୍ପୀଡ଼ନର ଆତଙ୍କ ସୃଷ୍ଟି କଲା। ଏହି ପ୍ରସଙ୍ଗର ସମାଧାନ ପାଇଁ, ଫାଇଦା-ବିରୋଧୀ ବ୍ୟବସାୟକୁ ସହାୟତା ଦେବାଭଳି ଏକ ବିସ୍ତୃତ ଅନୁପାଳନ ମାର୍ଗଦର୍ଶିକା ଶୀଘ୍ର ଜାରି କରିବା ବର୍ତ୍ତମାନ ସମୟର ଆବଶ୍ୟକତା। କେନ୍ଦ୍ରୀୟ ଜିଏସ୍‌ଟି ନିୟମାବଳୀ ୨୦୧୭ (ସିଜିଏସ୍‌ଟି ରୁଲ୍‌ସ) ଅନୁସାରେ, ଏନ୍ଏଏ ପାଖରେ ମୁନାଫା-ବିରୋଧୀବ୍ୟବସ୍ଥା ସହ ନିଜକୁ ଖାପ ଖୁଆଇ ପାରୁନଥିବା କମ୍ପାନୀଗଡ଼ିୁକ ଉପରେ ଜୋରିମାନା ଲଗାଇବାର କ୍ଷମତା ରହିଛି। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଜିଏସ୍‌ଟି ଆଇନ ୨୦୧୭ (ସିଜିଏସ୍‌ଟି ଆକ୍ଟ) ଅନୁଯାୟୀ, କୌଣସି ପଞ୍ଜିକୃତ ବ୍ୟକ୍ତି ବିନିଯୋଗ ଟିକସ ଫେରସ୍ତ (ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍) ପାଉଛନ୍ତି ନା ନାହିଁ କିମ୍ବା ଆନୁମାନିକ ମୂଲ୍ୟ ହ୍ରାସପ୍ରକୃତରେ କର ହାର ହ୍ରାସ କରୁଛି କି ନାହିଁ, ତାହା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଏନ୍ଏଏକୁ କ୍ଷମତା ଅର୍ପଣ କରିପାରବେି । ବର୍ତ୍ତମାନ ଏନ୍ଏଏର କ୍ଷମତା ଓ କାର୍ଯ୍ୟାବଳୀ ନିର୍ଦୋଷ ଓ ଅକାରଣ ହୋଇପାରିବ ନାହିଁ ଏବଂ ତାହା ତା’ର ପ୍ରାଥମିକ କାର୍ଯ୍ୟ, ଯଥା: କମ୍ପାନୀ/ବ୍ୟକ୍ତି ଦ୍ବାରା ‘ସମାନୁପାତିକ ମୂଲ୍ୟ ହ୍ରାସ’ର ଆବଶ୍ୟକତାର ପରୀକ୍ଷା ନେଇ ସଚେତନ ହେବା ଆବଶ୍ୟକ। ତେଣୁ ସିଜିଏସ୍‌ଟି ନିୟମ ଅନୁସାରେ ଏନ୍ଏଏକୁ ପ୍ରଦତ୍ତ ଦଣ୍ଡାତ୍ମକ କର୍ତ୍ତୃପକ୍ଷଙ୍କ ଭର୍ତ୍ସନାକୁ ଚୁନୌତି ଦିଆଯାଇପାରିବ, ଯାହାଫଳରେ ବିବାଦୀୟ ସ୍ଥିତି ଉପୁଜିପାରେ। ଏହାବ୍ୟତୀତ ସିଜିଏସ୍‌ଟି ଏନ୍ଏଏକୁ ମୂଲ୍ୟହ୍ରାସପାଇଁ ନିର୍ଦେଶ, ଅର୍ଥଫେରସ୍ତ, ଜୋରିମାନା ଲଗାଇବା ଓ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ପଞ୍ଜୀକରଣ ରଦ୍ଦ କରିବା ଆଦି ଦାୟିତ୍ବଦେଇଛି; କିନ୍ତୁ ଏଗଡ଼ିୁକ କେତେବେଳେ କାର୍ଯ୍ୟକାରୀ ହେବ, ସେ ନେଇ କିଛି ସ୍ପଷ୍ଟ ନିର୍ଦେଶ ନାହିଁ। ଏହାଛଡ଼ା ବୁଝିହେଉନାହିଁ ଯେ ପଞ୍ଜୀକରଣ ରଦ୍ଦ ପାଇଁ କାହିଁକି ଏକ ନିୟମ ରହିଛି ଏବଂ ସେଭଳି କ୍ଷେତ୍ରରେ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କ ଜିଏସ୍‌ଟି ସଂଗ୍ରହ ଓ ଦେୟର ଭାଗ୍ୟ କ’ଣ ହେବ। ଉପସଂହାର ଯେତେବେଳେ ସରକାର ମୁନାଫା-ବିରୋଧ କ୍ଷେତ୍ରରେ ଶିଳ୍ପଜଗତର ବିଶ୍ବାସ ହରାଇ ବସିଛି, ସେତେବେଳେ ଅତି କମରେ ଏକ ବିସ୍ତୃତ ନିର୍ଦେଶାବଳୀ ପ୍ରଣୟନ କରିବା ଆବଶ୍ୟକ। ତା’ ପରିବର୍ତ୍ତେ ସରକାର ରେସ୍ତୋରାଁ ଓ ଅନ୍ୟ ବ୍ୟବସାୟର ମାଲିକମାନଙ୍କୁ ଦୃଢ଼ ଚେତାବନୀ ଦେଇଆସୁଛନ୍ତ । ଏବେ ଯେତେବେଳେ ଏନ୍ଏଏ ଗଠିତ ହୋଇଛି, ସେତେବେଳେ ଭାରତୀୟ ବଜାର ପାଇଁ ଏକ ଠୋସ୍ ପଦ୍ଧତି ବିକଶିତ କରିବାର ଆବଶ୍ୟକତା ରହିଛି। ମୁନାଫା- ବିରୋଧୀ ବ୍ୟବସ୍ଥା ପାଇଁ ସାରା ପୃଥିବୀର ସର୍ବୋତ୍ତମ ପ୍ରୟୋଗଗଡ଼ିୁକୁ ଶିକ୍ଷା ଗ୍ରହଣ କରିହେବ ଏବଂ ଭାରତ ପାଇଁ ଉପଯକ୍ତୁ ମନେହେଉଥିବା ପଦ୍ଧତିକୁ କାର୍ଯ୍ୟକାରୀ କରିବାକୁହେବ। ଭାରତ ଏକ ବିଭିନ୍ନ ଆବଶ୍ୟକତା ରହିଥିବା ବିବିଧତାଭରା ସମାଜ ହୋଇଥିବାରୁ ସ୍ବାର୍ଥର ଭାରସାମ୍ୟ ରକ୍ଷାରେ ସମ୍ବେଦନଶୀଳ ହେବା ବାଞ୍ଛନୀୟ। ଏନ୍ଏଏ ଭାରସାମ୍ୟ ରକ୍ଷା କରିବା ସହ ବଜାରର ଖେଳାଳି, ଅର୍ଥାତ ବ୍ୟବସାୟୀଙ୍କ ଦୁର୍ଦଶାକୁ ବୁଝିବା ଓ ଖିଲାପକାରୀଙ୍କୁ ନିରପେକ୍ଷ ଭାବେ ଅନୁସନ୍ଧାନ କରିବା ଆବଶ୍ୟକ। ଆଗକୁ ଏନ୍ଏଏ ପାଇଁ ରହିଛି କଠିନ ମାର୍ଗ, ଯେଉଁଠି ତାକୁ​‌ ଗୋଟିଏ ପଟେ ଖାଉଟିଙ୍କ ସ୍ବାର୍ଥର ସୁରକ୍ଷା କରିବାକୁ ପଡ଼ିବ ଓ ଅନ୍ୟପଟେ ବ୍ୟବସାୟ କରିବାର ରାସ୍ତାରେ ଯେଉଁ ବାଧା ରହିଛି, ସେଗଡ଼ିୁକୁ ହଟାଇବା କୁ ପଡ଼ିବ। ତେଣ ଅସୁଲ ଚାବିକାଠି ହେଉଛି ଉଭୟ ସ୍ବାର୍ଥ ମଧ୍ୟରେ ଭାରସାମ୍ୟ ରକ୍ଷା।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।