ଅଦିନିଆ ବର୍ଷା ଉଜାଡ଼ିଲା ୧୦.୮ହଜାର ହେକ୍ଟର ଚାଷଜମି

୩ ଜିଲାର ୮୫୦ ଗାଁକୁ ମିଳିବ ୯.୫୪କୋଟିର ଇନ୍‌ପୁଟ ରିଆତି

Copy Editor AH | Published On: Dec 23, 2017 09:45 PM IST |   130

ଭୁବନେଶ୍ୱର : ଚଳିତମାସ ୯ ଓ ୧୦ତାରିଖରେ ରାଜ୍ୟରେ ଦେଖାଦେଇଥିବା ଅଦିନିଆ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାର ତିନୋଟି ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କଟକ ଓ କେନ୍ଦ୍ରାପଡା ଜିଲା ଏହି ପ୍ରଭାବରୁ ବର୍ତ୍ତି ଯାଇଥିବାବେଳେ ପୁରୀ, ଜଗତସିଂହପୁର ଓ ଯାଜପୁରରେ ୧୦ହଜାର ୮୫୪ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଇଛି। ଜଗତସିଂହପୁର ଜିଲାରେ ସର୍ବାଧିକ ୫୪୩୬ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ ପୁରୀରେ ୩୨୬୯ହେକ୍ଟର ଓ ଯାଜପୁରରେ ୨୧୪୯ହେକ୍ଟର ଫସଲ ନଷ୍ଟ ହୋଇଛି। ଆକଳନ ଅନୁଯାୟୀ ଏହି ତିନି ଜିଲାର ଫସଲ କ୍ଷୟକ୍ଷତି ଲାଗି ସରକାରଙ୍କ ପକ୍ଷରୁ ଇନ୍‌ପୁଟ ରିଆତି ବାବଦକୁ ୯.୫୪କୋଟି ଟଙ୍କା ଯୋଗାଇ ଦିଆଯିବ। ଏହି ସହାୟତା ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି। ଶୁକ୍ରବାର ଏନେଇ ବିଭାଗ ପକ୍ଷରୁ ଜାରିୀ ହୋଇଥିବା ବିଜ୍ଞପ୍ତିନାମାରେ ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ ଜଗତସିଂହପୁର ଜିଲାର ୩ଟି ବ୍ଲକରେ ୬୯ଟି ପଞ୍ଚାୟତର ୪୯୮ଟି ଗାଁରେ ୫୪୩୬ହେକ୍ଟର ଫସଲ ନଷ୍ଟ ହୋଇଛି। ସେହିପରି ଯାଜପୁରରେ ୨ଟି ବ୍ଲକରେ ୩୪ଟି ପଞ୍ଚାୟତର ୨୧୪୯ ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ ପୁରୀ ଜିଲାର ୪ଟି ବ୍ଲକରେ ୩୨୬୯ହେକ୍ଟରରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ତେବେ ଚଳିତମାସ ୯ତାରିଖରୁ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ରାଜ୍ୟର ଉପକୂଳ ଓଡ଼ିଶାରେ ଦେଖାଦେଇଥିଲା। ଏହାପ୍ରଭାବରେ ୫ଟି ଜିଲାରେ ବର୍ଷା ହୋଇଥିଲା। ମାତ୍ର ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସେମାନଙ୍କ ଧାନଫସଲ ସୁରକ୍ଷିତ ସ୍ଥାନକୁ ତଥା ମଣ୍ଡିକୁ ବୋହି ଆଣିବାକୁ ଡାକବାଜି ଯନ୍ତ୍ର ସହାୟତାରେ ସତର୍କ କରାଯାଇଥିଲା। ଏହାକୁ ନେଇ କେନ୍ଦ୍ରାପଡା ଓ କଟକ ଜିଲାରେ ଫସଲ ନଷ୍ଟ ହୋଇ ନଥିବାବେଳେ ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତେବେ ଚଳିତବର୍ଷ ମରୁଡିରେ ୧୫ଟି ଜିଲାର ୭୦ଟି ବ୍ଲକରେ ୩.୧୭ଲକ୍ଷ ହେକ୍ଟର ଧାନଫସଲ ନଷ୍ଟ ହୋଇଥିବାବେଳେ, ଚକଡା ପୋକରେ ୨୪ଟି ଜିଲାର ୧୫୦ଟି ବ୍ଲକର ୧.୨୮ଲକ୍ଷ ହେକ୍ଟର ଓ ଅଦିନିଆ ବର୍ଷାରେ ୧୯ଟି ଜିଲାର ୧୩୩ଟି ବ୍ଲକରେ ୪.୦୭ହେକ୍ଟର ଜମି ନଷ୍ଟ ହୋଇଥିଲା। ଏବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧୮କୋଟି ଚାଷୀମାନଙ୍କୁ ଇନ୍‌ପୁଟ ରିଆତି ବାବଦକୁ ବଣ୍ଟନ ପାଇଁ ଜିଲାପାଳମାନଙ୍କୁ ପ୍ରଦାନ କରାଯାଇଥିବାବେଳେ ଏହି ତିନୋଟି ଜିଲାର ୧୯ଟି ବ୍ଲକରେ ହୋଇଥିବା ୧୦.୮୫୪ ହେକ୍ଟର ଫସଲ ନଷ୍ଟକୁ ମିଶାଇ ୮.୬୩ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଥିବା ଏସ୍‌ଆର୍‌ସିଙ୍କ ପକ୍ଷରୁୁ ଜଣାଯାଇଛି।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।