ଜେଲ ଗଲେ ଲାଲୁ ,  ମହଙ୍ଗା ପଡିଲା ଗୋଖାଦ୍ୟ ଦୁର୍ନୀତି ମାମଲା

ଦୋଷୀ ସାବସ୍ତ୍ୟ ହେବାପରେ ରାଞ୍ଚି ଜେଲ ଗଲେ ଲାଲୁ ପ୍ରସାଦ ଯାଦବ

Published On: Dec 23, 2017 04:34 PM IST | Updated On: Dec 23, 2017 04:37 PM IST |   1623

 ଫଟୋ ସୌଜନ୍ୟ ଏନ୍‌ଡିଟିଭି

ରାଞ୍ଚି :   ଗୋ –ଖାଦ୍ୟ ଦୁର୍ନୀତି  ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବେଶ୍‌ ମହଙ୍ଗା ସାବସ୍ତ୍ୟ ହୋଇଛି। ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ ଏହି ମାମଲାରେ  ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସହ ୧୫ ଜଣଙ୍କୁ ଦୋଷୀ ସାବସ୍ତ୍ୟ କରିଛନ୍ତି । ଏଥିରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ସହ ୭ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି । ୨୦୧୮ ଜାନୁଆରି ୩ ତାରିଖରେ ଏହି ମାମଲାରେ ଦଣ୍ଡ ଘୋଷଣା କରାଯିବ ।

୧୯୯୬ରୁ ଏହି  ମାମଲାର ତଦନ୍ତ ଚାଲିଛି। ଭାରତୀୟ ପିଙ୍ଗଳଧାରା ୪୦୯,୪୬୭,୪୬୮,୪୦୭ ରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏଥିରେ ପ୍ରାୟ ୯୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଗୋଟିଏ ମାମଲାରେ ଲାଲୁ ଜେଲ୍‌ ଦଣ୍ଡ ଭୋଗି ସାରିଛନ୍ତି । ଏଥିପାଇଁ ସେ ୬ ବର୍ଷ ଜେଲ୍‌ରେ ଥିଲେ। ସିବିଆଇ ପକ୍ଷରୁ ୭ଟି ମାମଲା ରୁଜୁ କରାଯାଇ ଥିଲା।

ଶନିବାର ପୂର୍ବହ୍ନରେ ଏହି ମାମଲାର ଶୁଣାଣୀ ହେବାର ଥିଲା । ମାତ୍ର ଏହାକୁ ଅପରାହ୍ନ ୩ଟାକୁ ଘୁଞ୍ଚାଇ ଦିଆଯାଇଥିଲା।  ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ବିଶ୍ୱାସ ଅଛି ବୋଲି ଲାଲୁ କହିଥିଲେ।  ଅପରାହ୍ନରେ ନିଜ ପୁଅ ତେଜସ୍ୱୀ ସହ ଲାଲୁ ଅଦାଲତ ପରିସରକୁ ଆସିଥିଲେ।ଦିନ ପ୍ରାୟ ୩ଟା ୪୭ରେ ଲାଲୁ ଯାଦବଙ୍କୁ ଏହି ମାମଲାରେ ଦୋଷୀ ସାବସ୍ତ୍ୟ କରାଯାଇଥିବା ଅଦାଲତ ଘୋଷଣା  କରିଥିଲେ।

 ଚଞ୍ଚକତା କରି ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ଓ ନିଜ ପଦର ଦୂରୁପୋଯୋଗ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ବିଦ୍ୟା ସାଗର, ମହେଶ ପ୍ରସାଦ, ଜଗଦୀଶ ଶର୍ମା, ଧୁର୍ବ ଭଗତ, ଏସି ଚୌଧୁଲୀ, ସଧାନା ସିଂ, ସୁନୀଲ ଗାନ୍ଧୀ ସହ ଅନେକ ବ୍ୟକ୍ତି ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।