ଦୁଇ ଯବାନଙ୍କ ଘରୁ ଲୁଟ୍ ଅଭିଯୋଗ

ଆକ୍ରମଣ କରି ଲୁଟି ନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର

Published On: Dec 22, 2017 11:29 AM IST | Updated On: Dec 22, 2017 12:24 PM IST |   604

ବାଲିଚନ୍ଦ୍ରପୁର: ଗୋଟିଏ ଗାଁର ଦୁଇ ଜଣ ଯବାନଙ୍କ ଘରୁ ଲୁଟପାଟ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ଘରର ଆସବାବ ପତ୍ର ଭଙ୍ଗା ରୁଜା କରିବା ସହ ଦୁର୍ବୃତ୍ତଙ୍କ ଆକ୍ରମଣରେ ପରିବାରର ତିନି ଜଣ ସଦସ୍ୟ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଛନଭିନ୍ ଚଳାଇଛି ।

ସୂଚନାଯୋଗ୍ୟ, ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦ୍ମନାଭ ପୁର ଗ୍ରାମର ରାମଚନ୍ଦ୍ର ବେହୁରା ଏବଂ ବ୍ରଜକିଶୋର ରାଉତଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି । ଗ୍ରାମର ଶେଷ ମୁଣ୍ଡରେ ରହୁଥିବା ରାମଚନ୍ଦ୍ର ବେହୁରାଙ୍କ ଘରେ ୮ ଜଣ ଦୁର୍ବୃତ୍ତ ପସି ପ୍ରାୟ ଦୁଇ ଘଣ୍ଟା ଧରି ଲୁଟପାଟ୍ କରିଥିଲେ । ପ୍ରଥମେ ପରିବାରର ପୁରୁଷ ସଦସ୍ୟଙ୍କୁ ଆକ୍ରମଣ କରି ବେହୋସ କରିବା ପରେ ନଗଦ ୨୦ ହଜାର ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଦୁର୍ବୃତ୍ତଙ୍କ ଆକ୍ରମଣରେ ରାମଚନ୍ଦ୍ର ବେହୁରା(୬୫), ତାଙ୍କ ସ୍ତ୍ରୀ ପ୍ରେମଲତା ବେହୁରା(୬୦) ଏବଂ ପୁଅ ମାନସ ରଞ୍ଜନ ବେହୁରା(୨୯) ଗୁରୁତର ଆହତ ହୋଇଥିଲେ । ପରେ ରାତି ୩ଟାରେ ଗ୍ରାମବାସୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରଥମିକ ଚିକିତ୍ସା ପରେ ସେମାନେ ଆଜି ସକାଳେ ଘରୁକୁ ଫେରିଥିବା ଜଣାପଡିଛି । ଘରର ସମସ୍ତ ଆସବାବ ପତ୍ର ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ରାମଚନ୍ଦ୍ର ବେହୁରାଙ୍କ ପୁଅ ଜାମ୍ମୁ କାଶ୍ମୀରରେ କାର୍ଯ୍ୟରତ ଯବାନ ଥିବା ଜଣାପଡିଛି ।

ସେହି ଗାଁର ଅନ୍ୟ ଜଣଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଉକ୍ତ ଗାଁର ବ୍ରଜକିଶୋର ରାଉତଙ୍କ ପରେ ଦୁର୍ବୃତ୍ତମାନେ ପଶି ୧୫ ହଜାର ଟଙ୍କା, ଲକ୍ଷାଧିକ ଟଙ୍କାର ଅଳଙ୍କାର, ମୋବାଇଲ ୪ଟା ଏଟିଏମ୍ କାର୍ଡ ଓ ସାଢି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଖବରପାଇ ଘଟଣାସ୍ଥଳରେ ସାଇଣ୍ଟେଫିକ୍ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଛାନଭିନ୍ ଚଳାଇଛି । ଦୁଇଟି ପରିବାରର ପୁଅମାନେ ଭାରତୀୟ ସେନା ବାହିନୀରେ କାର୍ଯ୍ୟରତ ଥିବା ନେଇ ସୂଚନା ମିଳିଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।