ଅଦିନିଆ ବର୍ଷାରେ ୩ଜିଲାର ୧୦ହଜାର ହେକ୍ଟର ଚାଷ ନଷ୍ଟ

ଖୁବ୍‌ଶୀଘ୍ର ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ : ମନ୍ତ୍ରୀ

Copy Editor AH | Published On: Dec 21, 2017 09:23 PM IST |   157

ଭୁବନେଶ୍ୱର : ଚଳିତମାସ ୮ ତାରିଖରୁ ଦୁଇଦିନିଆ ଅଦିନିଆ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାର ତିନୋଟି ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କଟକ ଓ କେନ୍ଦ୍ରାପଡା ଏହି ପ୍ରଭାବରୁ ବର୍ତ୍ତି ଯାଇଥିବାବେଳେ ପୁରୀ, ଜଗତସିଂହପୁର ଓ ଯାଜପୁରରେ ପ୍ରାୟ ୧୦ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି। ଜଗତସିଂହପୁର ଜିଲାରେ ର୍ସବାଧିକ ଫସଲ ନଷ୍ଟ ହୋଇଛି। ଆକଳନର ତର୍ଜମା ପରେ ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଗୁରୁବାର ଏନେଇ ବିଭାଗ ପକ୍ଷରୁ ଆସିଥିବା ରିପୋର୍ଟ ଆଧାରରେ ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି ଯେ ଚଳିତମାସ ୮ତାରିଖରୁ ଲଘୁଚାପ ଜନିତ ବର୍ଷା ରାଜ୍ୟର ଉପକୂଳ ଓଡ଼ିଶାରେ ଦେଖାଦେଇଥିଲା। ଏହାପ୍ରଭାବରେ ୫ଟି ଜିଲାରେ ବର୍ଷା ହୋଇଥିଲା। ମାତ୍ର ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସେମାନଙ୍କ ଧାନଫସଲ ସୁରକ୍ଷିତ ସ୍ଥାନକୁ ତଥା ମଣ୍ଡିକୁ ବୋହି ଆଣିବାକୁ ଡାକବାଜି ଯନ୍ତ୍ର ସହାୟତାରେ ସତର୍କ କରାଯାଇଥିଲା। ଏହାକୁ ନେଇ କେନ୍ଦ୍ରାପଡା ଓ କଟକ ଜିଲାରେ ବ୍ୟାପକ ଫସଲ ନଷ୍ଟ ହୋଇନାହିଁ। ମାତ୍ର ପୁରୀ, ଜଗତସିଂହପୁର ଓ ଯାଜପୁର ଜିଲାରେ ପ୍ରାୟ ୧୯ଟି ବ୍ଲକର ୧୦ହଜାର ହେକ୍ଟର ଧାନ ଫସଲ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି। ତେବେ ଚଳିତବର୍ଷ ମରୁଡିରେ ୧୫ଟି ଜିଲାର ୭୦ଟି ବ୍ଲକରେ ୩.୧୭ଲକ୍ଷ ହେକ୍ଟର ଧାନଫସଲ ନଷ୍ଟ ହୋଇଥିବାବେଳେ, ଚକଡା ପୋକରେ ୨୪ଟି ଜିଲାର ୧୫୦ଟି ବ୍ଲକର ୧.୨୮ଲକ୍ଷ ହେକ୍ଟର ଓ ଅଦିନିଆ ବର୍ଷାରେ ୧୯ଟି ଜିଲାର ୧୩୩ଟି ବ୍ଲକରେ ୪.୦୭ହେକ୍ଟର ଜମି ନଷ୍ଟ ହୋଇଥିଲା। ଏବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧୮କୋଟି ଚାଷୀମାନଙ୍କୁ ଇନ୍‌ପୁଟ ରିଆତି ଅର୍ଥ ଜିଲାପାଳମାନଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷ ତିନୋଟି ପର୍ଯ୍ୟାୟରେ ଚାଷୀମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୫୩ଟି ବ୍ଲକରେ ୮.୫୨ଲକ୍ଷ ହେକ୍ଟର ଛାଷଜମି ନଷ୍ଟ ହୋଇଥିଲା। ଚତୁର୍ଥ ପର୍ଯ୍ୟାୟରେ ଏହି ତିନୋଟି ଜିଲାର ୧୯ଟି ବ୍ଲକରେ ହୋଇଥିବା ୧୦ହଜାର ହେକ୍ଟର ଫସଲ ନଷ୍ଟକୁ ମିଶାଇ ୮.୬୨ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଥିବା ସରକାରୀ ତଥ୍ୟରୁ ଜଣାଯାଇଛି।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।