ଶାନ୍ତ ସମୁଦ୍ର ଏବେ ବିଷାକ୍ତ

.

Published On: Dec 21, 2017 05:38 PM IST | Updated On: Dec 21, 2017 05:44 PM IST |   606

ଭୁବନେଶ୍ୱର: ଏବେ ବିଷାକ୍ତ ହୋଇ ପଡୁଛି ସାରା ବିଶ୍ୱ।  ପରିବେଶ ବିଷାକ୍ତ ହୋଇ ପଡୁଛି । ଉପରୁ ଶାନ୍ତ ଦେଖା ଯାଉଥିବା ସମୁଦ୍ର ବି ବିଷାକ୍ତ।  ସମୁଦ୍ର ବିଷାକ୍ତ ହୋଇଯିବାରୁ  ସାମୁଦ୍ରିକ ଜୀବମାନଙ୍କ ପାଇଁ  ଏଥିଯୋଗୁଁ ଭୟାବହ ପରିସ୍ଥିତି ସୃଷ୍ଟି  ହୋଇଛି । ସାଇନସ୍‌ ଜର୍ଣ୍ଣାଲ ପୁସ୍ତକରେ ବାହାରିଥିବା ଲେଖା ଅନୁସାରେ  ସମୁଦ୍ର ବି ଗରମ ହେଉଛି। ଅମ୍ଳଜାନ ସ୍ତର କମିଯାଉଛି। ଅଙ୍ଗରକାମ୍ଳ ଯୋଗୁଁ ପାମି କ୍ଷାରିଆ ହେଉଛି। ପ୍ରତି ଦେଶରେ ଏଥିଯୋଗୁଁ ୨ ଡିଗ୍ରୀ ତାପମାତ୍ରା ବଢିଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ୨୨ ଜଣ ବୈଜ୍ଞାନିକ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି ।

ବିଭିନ୍ନ ଜୀବାଶ୍ମ ଇନ୍ଧନ ଜଳିବା ଯୋଗୁଁ  ସମୁଦ୍ରରେ ଯେଉଁ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ପାଉଛି ସେଥିଯୋଗୁଁ ବିଭିନ୍ନ  ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହେଉଛି। ୧୭୫୦ ମସିହା ପରଠାରୁ ଯେତେ ପରିମାଣର ଅଙ୍ଗାରକାମ୍ଳ ସୃଷ୍ଟି ହୋଇଛି ତାହାର ୩୦ ପ୍ରତିଶତ ସମୁଦ୍ର ଶୋଷି ନେଇଛି।  ଏଥିଯୋଗୁଁ ବିଭିନ୍ନ ଜଳ ଜୀବଙ୍କର ପ୍ରଜଜନ  ବାଧାପ୍ରାପ୍ତ ହେଉଛି। ଅଙ୍ଗାର କାମ୍ଳକୁ ତୁରନ୍ତ କମ ନ କରାଗଲେ ସମୁଦ୍ର ଓ ସାମୁଦ୍ରିକ ଜୀବଙ୍କ ପ୍ରତି ବିପଦ ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।