ଡ଼ାଟା ଏଣ୍ଟ୍ରି ଅପରେଟରଙ୍କୁ ଜେଲ ଓ ଜରିମାନା

ଭିଜିଲାନ୍ସ ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ

Copy Editor AH | Published On: Dec 20, 2017 09:50 PM IST |   83

ସୁନ୍ଦରଗଡ : ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତର ସ୍ୱତନ୍ତ୍ର ଜଜ୍‌ ରାଜ କୁମାର ସାହୁ ୨୦୧୦ ମସିହାରେ ଜୈନିକ ଆବେଦନକାରୀଙ୍କ ଠାରୁ ଲାଞ୍ଚ ନେବା ଘଟଣାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଡ଼ାଟା ଏଣ୍ଟ୍ରି ଅପରେଟରଙ୍କୁ ଜେଲ ଓ ଜରିମାନା ଆଦେଶ ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସଂପ୍ରତ୍ତି ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସାମାନ୍ୟ କାଗଜପତ୍ର ଓ ସାର୍ଟିଫିକେଟ ପାଇଁ ସାଧାରଣ ଲୋକଙ୍କୁ ଯେପରି ହଇରାଣ ହରକତ କରୁଛନ୍ତି ଏହି ରାୟ ସେମାନଙ୍କ ପାଇଁ ଏକ ସତର୍କ ସୂଚନା ବୋଲି ବିବେଚନା କରାଯାଉଛି । ବିଭାଗୀୟ ସୂତ୍ରରୁ ପ୍ରକାଶ, ଗତ ୧୧.୦୮.୨୦୧୦ ଦିନ ଟାଙ୍ଗରପାଲି ବ୍ଲକରେ ବସବାସ କରୁଥିବା ଲଳିତ କୁମାର ରଣାଙ୍କ ସାନ ଭାଇ ପଲ୍ଟୁ ରଣା ଭାରତୀୟ ସେନା ବାହିନୀରେ ଆବେଦନ ପାଇଁ ଆବଶ୍ୟକ କରୁଥିବା ବାସିନ୍ଦା ଓ ଜାତିଗତ ପ୍ରମାଣ ପତ୍ର ପାଇଁ ଟାଙ୍ଗରପାଲି ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ପରବର୍ତ୍ତୀ ସମୟରେ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକଙ୍କୁ ଏ ବାବଦରେ ଅନୁସନ୍ଧାନ କରି ତଥ୍ୟ ଦେବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ରାଜସ୍ୱ ନିରୀକ୍ଷକ ଏହି ରିପୋର୍ଟ ଦାଖଲ ପରେ ଗତ ୧୩.୮.୨୦୧୦ ଦିନ ଅଭିଯୋଗକାରୀ ଏହି ବିଭାଗରେ କାର୍ଯ୍ୟରତ ଓ ଦାୟିତ୍ୱରେ ଥିବା ଡ଼ାଟା ଏଣ୍ଟ୍ରି ଅପରେଟର ସୁଶାନ୍ତ କୁମାର ସେଠକୁ ଉକ୍ତ ପ୍ରମାଣ ପତ୍ର ଦେବା ପାଇଁ ନିବେଦନ କରିଥିଲେ ମାତ୍ର ଶ୍ରୀ ସେଠ ୧୦୦୦ ଟଙ୍କା ଲାଞ୍ଚ ନ ଦେଲେ କୌଣସି ଅବସ୍ଥାରେ ଏ ପ୍ରମାଣ ପତ୍ର ଦେଇ ହେବ ନାହିଁ ବୋଲି କୁଆଡ଼େ ଅଭିଯୋଗକାରୀ ଲଳିତ କୁମାର ରଣାଙ୍କୁ ରୋକଠୋକ ଶୁଣାଇ ଦେଇଥିଲେ । ବହୁ କାକୁତି ମିନତିପରେ ୬୦୦ ଟଙ୍କାରେ କଥା ଛିଣ୍ଡି ୧୦୦ ଟଙ୍କା ମଧ୍ୟ ଅଗ୍ରୀମ ଆକାରରେ ଅଭିଯୁକ୍ତକୁ ପ୍ରଦାନ କରାଯାଇ ଅବଶିଷ୍ଟ ୫୦୦ ଟଙ୍କା ୧୬ ତାରିଖ ଦିନ ନେଇ ଆସିଲେ ପ୍ରମାଣ ପତ୍ର ଦିଆଯିବ ବୋଲି କୁହାଯାଇଥିଲା । କର୍ମଚାରୀଙ୍କ ଏଭଳି ଆଚରଣରେ କ୍ଷୁବ୍ଧ ହୋଇ ଶ୍ରୀ ରଣା ୧୫.୮.୨୦୧୦ ଦିନ ସୁନ୍ଦରଗଡ଼ ଭିଜିଲାନ୍ସ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗର ତତ୍‌କାଳୀନ ଇନ୍ସପେକ୍ଟର ବି.ସି.ପୃଷ୍ଟିଙ୍କ ନେତୃତ୍ୱରେ ଉକ୍ତ ଲାଞ୍ଚୁଆ କର୍ମଚାରୀଙ୍କୁ ଧରିବା ପାଇଁ ସମସ୍ତ ପ୍ରସ୍ତୁତି କରି ୧୬ ତାରିଖ ଦିନ ଅଭିଯୋଗକାରୀ ଟଙ୍କା ନେଇ ସଂପୃକ୍ତ କର୍ମଚାରୀଙ୍କୁ ଦେବା ପରେ ଭିଜିଲାନ୍ସ ବିଭାଗ ଚଢ଼ଉ କରି ତାଙ୍କଠାରୁ ରଙ୍ଗ ବୋଲା ଲାଞ୍ଚ ଟଙ୍କା ଜବତ କରି ସମ୍ବଲପୁରସ୍ଥିତ ଭିଜିଲାନ୍ସ ଅଦାଲତରେ ହାଜର କରାଇଥିଲେ । ଏହି ମାମଲାର ଶୁଣାଣିରେ ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ଧର୍ମେଶ ପଟେଲ ନିରୀହ ଜନସାଧାରଣ ସାଧାରଣ କାମ ପାଇଁ ଲାଞ୍ଚ ଦେଇ ନିରାଶ ହେଉଥିବାରୁ ଏହା ଏକ ଉଦ୍‌ବେଗ ଜନକ ଘଟଣା ଓ ଏଥିରେ ସଂପୃକ୍ତ ରହୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରିବା ପାଇଁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ । ସ୍ୱତନ୍ତ୍ର ଜଜ୍‌ ଶ୍ରୀ ସାହୁ ଶ୍ରୀ ପଟେଲଙ୍କ ଯୁକ୍ତି, ସାକ୍ଷୀ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଧାର କରି ବିଭିନ୍ନ ଦଫାରେ ୧ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ହଜାର ଟଙ୍କା ଜରିମାନା ଦେବା ପାଇଁ ନିଜ ରାୟରେ ସ୍ପଷ୍ଟ କରିଥିଲେ । ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୨ ମାସ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ଦେଇଥିଲେ ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।