ଯୁବତୀଙ୍କୁ ଦୁଷ୍କର୍ମ ମାମଲା : ଜେଲ୍ ଗଲେ ବିଧାୟକଙ୍କ ପୁଅ

ଯୁବତୀଙ୍କୁ ଦୁଷ୍କର୍ମ ମାମଲା : ଜେଲ୍ ଗଲେ ବିଧାୟକଙ୍କ ପୁଅ

Copy Editor AH | Published On: Dec 20, 2017 09:30 PM IST |   264

ରାଉରକେଲା : ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ବୀରମିତ୍ରପୁର ବିଧାୟକ ତଥା ଜେଏମ୍ଏମ୍ ନେତା ଜର୍ଜ ତିର୍କୀଙ୍କ ପୁଅ ରାକେଶ ଜର୍ଜତିର୍କୀ ଜେଲ୍ ଯାଇଛନ୍ତି । ତାଙ୍କ ଜାମିନ୍ ଶୁଣାଣି ନେଇ ଆଜି କୋର୍ଟ ପରିସରରେ ଦିନ ତମାମ ବେଶ୍ ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ସନ୍ଧ୍ୟାରେ ଅଭିଯୁକ୍ତ ରାକେଶ ଜେଲ୍ ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବିଳାସପୁରର ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିବା ରାକେଶ ସେକ୍ଟର-୧୫ ଅଞ୍ଚଳର ଜଣେ ଯୁବତୀ ସହିତ ପ୍ରେମ ସମ୍ପର୍କ ରଖିଥିଲେ । ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ରାକେଶ ବିବାହ କରିବା ପାଇଁ ଅମଙ୍ଗ ହେବାରୁ ମାମଲା ଗଡବଡ ହୋଇଥିଲା । ଶେଷରେ ଯୁବତୀ ଜଣକ ଗତ ସେପ୍ଟେମ୍ବର ମାସ ୬ ତାରିଖରେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଅନ୍ୟପକ୍ଷରେ ଗିରଫ ଭୟରେ ରାକେଶ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର କରି ନିମ୍ନକୋର୍ଟରେ ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ । ତେଣୁ ଆଜି ସକାଳେ ରାକେଶ ତାଙ୍କ ପିତା ଜର୍ଜ ତିର୍କୀ ଓ ମାଙ୍କ ସମେତ ଅନ୍ୟମାନଙ୍କ ଗହଣରେ କୋର୍ଟରେ ପହଞ୍ଚôଥିଲେ । ପ୍ରଥମେ ସେ ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ । ପରେ ତାଙ୍କ ମାମଲା ଏଡିଜେ-୧ଙ୍କ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ବିଚାରପତି ତାଙ୍କ ଜାମିନ୍ ନାକଚ କରି ଦେଇଥିଲେ । ରାକେଶ ଏଥିରେ ମର୍ମାହତ ହୋଇପଡିଥିଲେ । ସନ୍ଧ୍ୟାରେ ରାଉରକେଲା ସ୍ୱତନ୍ତ୍ର କାରାଗାରକୁ ରାକେଶକୁ ନିଆଯାଇଥିଲା ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।