ନୂଆ ବର୍ଷ ରିଜୋଲ୍ୟୁସନର ୪ହଜାର ବର୍ଷର ଇତିହାସ

.

Published On: Dec 19, 2017 08:46 PM IST | Updated On: Dec 19, 2017 08:57 PM IST |   781

ନୂଆ ବର୍ଷରେ ଅନେକ ନୂଆ ବର୍ଷ ରିଜୋଲ୍ୟୁସନ୍‌ କରି ଥାଆନ୍ତି । କିଛି ନୂଆ କଥା କରିବା କିମ୍ବା ନୂଆ ଅଭ୍ୟାସ କରିବା ବଦଭ୍ୟାସ ଛାଡିବା ପାଇଁ ଶପଥ ବା  ରିଜୋଲ୍ୟୁସନ କରାଯାଇଥାଏ। ଅନେକ ଏହାକୁ ମାନି ଥାଆନ୍ତି  ହେଲେ କିଛି ଲୋକଙ୍କର ଏହା ଫେବୃଆରୀ ମାସ ପର୍ଯ୍ୟନ୍ତ ବି ଚାଲି ନ ଥାଏ।

ଯେମିତିକ ଜଣେ ଡେରିରେ ଉଠୁଛନ୍ତି । କି ଧୂମପାନ କରିବାର ଅଭ୍ୟାସ ଅଛି ତେବେ ନୂଆ ବର୍ଷ ଅବସରରେ ସେମାନେ ନିଷ୍ପତ୍ତି  ନେଇ ଥଆନ୍ତି  କି ସକାଳୁ ଶୀଘ୍ର ଉଠିବେ,  ଧୂମ ପାନ ଛାଡିବେ , ଯୋଗ କି ବ୍ୟାୟାମ କରିବେ। କେହି କେହି ଗୋଟିଏ ରିଜୋଲ୍ୟୁସନ କରିବା ବେଳେ କିଛି ଲୋକ ଅଧିକ ରିଜୋଲ୍ୟୁସନ କରି ଥଆନ୍ତି । ଏମିତି ବି କେହି କିଛି ବି ରିଜୋଲ୍ୟୁସନ କରି ନ ଥାଆନ୍ତି ।

 ନୂଆବର୍ଷ ରିଜୋଲ୍ୟୁସନ ସାଧାରଣତଃ ପଶ୍ଚିମ ସଭ୍ୟତା ବା  ୟୁରୋପରେ କରାଯାଉଥିଲା। ଏହାର ୪ ହଜାର ବର୍ଷ ତଳର ଇତିହାସ ରହିଛି। ୪୦୦୦ ବର୍ଷ ତଳେ ବେବିଲୋନୟ ସଭ୍ୟତାରେ ନୂଆ ବର୍ଷ  ରିଜୋଲ୍ୟୁସନ କରାଯାଉଥିବାର ପ୍ରମାଣ ମିଳିଛି। ସେମାନେ ପୃଥିବୀରେ ପ୍ରଥମ ଯେଉଁମାନେ ନୂଆ ବର୍ଷ ରିଜୋଲ୍ୟୁସନ କରୁଥିଲେ। ବେବିଲୋନ ସଭ୍ୟତାରେ ପ୍ରଥମ କରି ନୂଆ ବର୍ଷ ପାଳନ କରାଯାଉଥିଲା। ମାର୍ଚର ମଧ୍ୟ ଭାଗରେ ସେମାନେ ନୂଆବର୍ଷ ପାଳନ କରୁଥିଲେ। ୧୨ ଦିନ କାଳ ‘ଆକିଟୁ’ ନାମକ ପର୍ବ ପାଳନ କରାଯାଉଥିଲା। ଏହି ସମୟରେ ସେମାନ ଚାଷ କାମ ଆରମ୍ଭ କରୁଥିଲେ। ନିଜର ଦେବତାଙ୍କ ନିକଟରେ ସେମାନ କରିଥିବା ଋଣ ସୁଝିବା ଓ ଅନ୍ୟଠାରୁ ଆଣିଥିବା ଦ୍ରବ୍ୟ ଫେରାଇ ଦେବାପାଇଁ ଶପଥ ନେଉଥିଲେ। ଏହା ସେମାନଙ୍କ ପାଇଁ ନୂଆ ବର୍ଷର ରିଜୋଲ୍ୟୁସନ ଥିଲା। ବିଶ୍ୱ ଇତିହାସରେ ବି ଏହା ପ୍ରଥମ ନୂଆ ବର୍ଷ ରିଜୋଲ୍ୟୁସନ ।

ପରେ ଜୁଲିଅସ୍‌ ସିଜରଙ୍କ ସମୟରେ ମାର୍ଚ ବଦଳରେ ଜାନୁଆରି ୧ ତାରିଖରେ ନୂଆ ବର୍ଷ ପାଳନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ଖ୍ରୀଷ୍ଟ ପୂର୍ବ ୪୬ ରେ  ସେମାନଙ୍କ ଦୁଇ ମୁହଁ ବିଶିଷ୍ଟ ଦେବତା ଜାନୁସଙ୍କ ନାମରେ ଜାନୁଆରୀ ମାସ କରାଯାଇଥିଲା । ରୋମାନଙ୍କ ପାଇଁ ଜାନୁସଙ୍କର ସ୍ୱତନ୍ତ୍ର ବୈଶିଷ୍ଟ ଥିଲା। ସେ  ଦୁଇ ମୁହଁ ବିଶିଷ୍ଟ ହୋଇଥିବାରୁ ପୂର୍ବ ବର୍ଷ ଓ ପର ବର୍ଷକୁ ଦେଖୁଥିବା ବିଶ୍ୱାସ ଥିଲା। ଏହି ସମୟରେ ରୋମାନ ମାନେ ବିଶେଷ ପୂଜାର୍ଚ୍ଚନା କରିବା ସହ ନୂଆ ବର୍ଷରେ ଭଲ କାମ କରିବେ ବୋଲି ଶପଥ ନେଉଥିଲେ।

ଏଥିରୁ ଧୀରେ ଧୀରେ ନୂଆ ବର୍ଷ ରିଜୋଲ୍ୟୁସନ କଥା ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଉଛି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।