ପୁତ୍ରହନ୍ତା ପିତାକୁ ଆଜୀବନ କାରାଦଣ୍ଡାଦେଶ

.

Published On: Dec 19, 2017 01:52 PM IST |   32

 

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଦୌରାଜଜ୍‌ ମାନସ ରଞ୍ଜନ ବାରିକ ୨୦୧୩ ମସିହାରେ ସଂଘଟିତ ଏକ ଚର୍ଚ୍ଚିତ ହତ୍ୟାକାଣ୍ଡର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ପିତାକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇବା ସହ ପୁତ୍ରବଧୂଙ୍କୁ ମାଡ଼ମାରିବା ଅଭିଯୋଗରେ ୬ମାସ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି  ।

ମକଦ୍ଦମାର ବିବରଣୀରୁ ପ୍ରକାଶ, ବଡ଼ଗାଁ ଥାନା ଅନ୍ତର୍ଗତ ଗଙ୍ଗାଜଳ ଗ୍ରାମର ମାନୁଏଲ ବିଲୁଙ୍ଗ ବସବାସ କରି ଆସୁଥିବା ବେଳେ ତାଙ୍କ ପୁଅ ଲିବନୁସ ବିଲୁଙ୍ଗ ପରିବାର ସହ ଝାରଖଣ୍ଡରେ ରହି ଆସୁଥିଲେ  । ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ପିତା ଓ ପୁତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ହିଁ ୨୦୧୩ ଏପ୍ରିଲରେ ଅଭିଯୁକ୍ତ ପିତା ମାନୁଏଲ ତାଙ୍କ ପୁଅକୁ ଆଧାର କାର୍ଡ଼ କରିବା ପାଇଁ ଗାଁକୁ ଡ଼କାଇଥିଲେ  । ପିତାଙ୍କ କଥାରେ ଗତ ଏପ୍ରିଲରେ ସେ ଗାଁକୁ ଆସିଥିଲେ  । ପୂର୍ବ ବିବାଦକୁ ନେଇ ବାପ ପୁଅଙ୍କ ମଧ୍ୟରେ ପୁନଶ୍ଚ ପାଟିତୁଣ୍ଡ ହୋଇ ମାରପିଟ୍ ଯାଏ କଥା ଯାଇଥିଲା  । ରାତି ପ୍ରାୟ ୧୦ଟା ବେଳେ ପୁତ୍ର ଲିବନୁସ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ହଠାତ ମାନୁଏଲ ଏକ ଟାଙ୍ଗିଆରେ ଲିବନୁସକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା  । କିଛି ବୁଝିନପାରି ଲିବନୁସର ପତ୍ନୀ ଛଡ଼ାଛଡ଼ି କରିବା ପାଇଁ ଉଦ୍ୟମ କରିବାରୁ ତାକୁ ମଧ୍ୟ ମାନୁଏଲ ଆକ୍ରମଣ କରି ଆହତ କରିଦେଇଥିଲା  । ପରେ ବଡ଼ଗାଁ ଥାନାରେ ଏକ ଏତଲା ହୋଇ ପୁଲିସ ପକ୍ଷରୁ ଅଦାଲତରେ ମାନୁଏଲ ବିରୁଦ୍ଧରେ ଅଭିଯୋଗ ଦାଖଲ କରାଯାଇଥିଲା  । ଘଟଣା ବେଳେ ଉପସ୍ଥିତ ଥିବା ମୃତ ଲିବନୁସର ପତ୍ନୀ ସସ୍ମିତା ସମେତ ୧୨ଜଣ ସାକ୍ଷୀଙ୍କ ଜବାନବନ୍ଧୀ ଓ ଅଭିଯୁକ୍ତ ମାନୁଏଲଙ୍କ ସ୍ୱିକାରୋକ୍ତିକୁ ବିଚାରକୁ ନେଇ ଜିଲା ଜଜ୍‌ ଶ୍ରୀ ବାରିକ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୨୦୦୦ ଟଙ୍କା ଜରିମାନା ଦେବାପାଇଁ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି  । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକୁ୍ୟଟର ତି୍ରଲୋଚନ ପରିଡ଼ା ମାମଲା ପରିଚାଳନା କରିଥିଲେ  ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।