ଜଗା ସୁସ୍ଥ, କାଳିଆକୁ ଲାଗିବ ଅଧିକ ସମୟ

ଜଗା ସୁସ୍ଥ, କାଳିଆକୁ ଲାଗିବ ଅଧିକ ସମୟ

Copy Editor AH | Published On: Dec 17, 2017 09:28 PM IST | Updated On: Dec 17, 2017 09:31 PM IST |   87

ନୂଆଦିଲ୍ଲୀ : ୨୫ ଅକ୍ଟୋବରରେ ଏମ୍‌ସରେ ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଏବେ ସାନଭାଇ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି । ଶଯ୍ୟାରେ ଶୋଇ ରହିଥିବା ବେଳେ ସେ ହାତ ଗୋଡ଼ ହଲାଉଛି । ତାକୁ ଉଠାଇ ବସାଇଲେ ସେ ଚିକିତ୍ସା ଶଯ୍ୟାରେ କିଛି ସମୟ ପାଇଁ ବସି ରହୁଛି । କାଳିଆକୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ ବୋଲି ଡାକ୍ତରୀ ଦଳ ଆଶଙ୍କା କରୁଛନ୍ତି । ଅନ୍ୟ ପକ୍ଷରେ ସୁସ୍ଥ ଜଗାକୁ ଏବେ କାଡିଓନ୍ୟୁ ଟାୱାରର ପ୍ରାଇଭେଟ ୱାର୍ଡ ଭଲ ଲାଗୁ ନାହିଁ । ନିଜ ବେଡ଼ରେ ନ ରହି ଜଗା ୱାର୍ଡ଼ରେ ଏଣେତେଣେ ବୁଲିବାକୁ ପସନ୍ଦ କରୁଛି । ଏବେ ଜଗା ସଂପୂର୍ଣ୍ଣ ସୁସ୍ଥ ଅଛି । ଚଳିତ ସପ୍ତାହର ଶେଷ ଆଡ଼କୁ ତାର ଡିସଚାର୍ଯ ପାଇଁ ଏମ୍‌ସ ଡାକ୍ତରୀ ଦଳ ଚିନ୍ତା କରିପାରନ୍ତି ବୋଲି ଜଣାପଡ଼ିଛି । ଜଗା ଏବେ ସାଧାରଣ ଖାଦ୍ୟ ଗ୍ରହଣ କରୁଛି । ସେ ରୁଟି, ଭାତ, ଦହି, ପନିପରିବା ତରକାରି ଖାଉଛି ।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।