ମୋଦି ସରକାରଙ୍କର ଓଡିଶାକୁ ନୂଆବର୍ଷ ଉପହାର, ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ

Copy Editor AH | Published On: Dec 17, 2017 04:37 PM IST | Updated On: Dec 17, 2017 10:11 PM IST |   191

କଟକ : ଭୁବନେଶ୍ୱର-କଟକ ଏବଂ ପାରାଦ୍ୱୀପକୁ ଗେଲ୍‌ର ୧୨ ଇଞ୍ଚ୍‌ର ପ୍ରାକୃତିକ ଗ୍ୟାସ୍‌ ସ୍ପର୍‌ ଲାଇନ୍‌ ଏବଂ ଧାମରାରୁ ଅନୁଗୁଳ ଗେଲ୍‌ର ୩୬ ଇଞ୍ଚର ପ୍ରାକୃତିକ ଗ୍ୟାସ୍‌ ମୁଖ୍ୟ ଲାଇନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଓ କାର୍ଯ୍ୟର ଶୁଭାରମ୍ଭ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ଅନ୍ତର୍ଗତ ହରିପୁରଠାରେ ଅନୁଷ୍ଠିତ ହୋଇଛି । ଏହାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଧାମରା- ଅନୁଗୁଳ ପ୍ରକଳ୍ପରେ ୫୦୦୦ କୋଟି ଟଙ୍କା ବିନିଯୋଗ ହେବ। ଆସନ୍ତାବର୍ଷ ଜାନୁୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଅନୁଗୁଳରୁ ଭାୟା ରାଉରକେଲା ଦେଇ ଝାଡ଼ଖଣ୍ଡ ସୀମା ପର୍ୟ୍ୟନ୍ତ ପାଇପ୍ ଲାଇନ୍ ବିଛାଇବା କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଗତକାଲି ରାଜଧାନୀରେ ସିଏନଜି ଉଦଘାଟନ କରିବା ସମୟରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଖର୍ଚ୍ଚରେ ୨୦୦୦ କୋଟି ଟଙ୍କା ଶ୍ରମିକମାନଙ୍କୁ ପ୍ରାପ୍ୟ ବାବଦରେ ପ୍ରଦାନ କରାଯିବାକୁ ଥିବା ରହିଛି । ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେଲେ ରାଜ୍ୟରେ ଶ୍ରମ ଶକ୍ତି ବିଶେଷ ଭାବେ ଲାଭବାନ ହୋଇପାରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ପାଇପ ଲାଇନପାଇଁ ଆବଶ୍ୟକ ବିଭିନ୍ନ୍‌ କ୍ଷେତ୍ରରେ ଦକ୍ଷତା ବିକାଶ ନିମନ୍ତେ ଏନ୍‌ଏସ୍‌ଡିସି, ଗେଲ୍‌, ଏସ୍‌ଡିଆଇ ଭୁବନେଶ୍ୱର ଏବଂ ଲେବର୍‌ ନେଟ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ପାଇପଲାଇନର ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ପୂର୍ବ ଭାରତର ଦୃତ ବିକାଶ ବିନା ଦେଶର ସର୍ବାଙ୍ଗୀନ ବିକାଶ ଅସମ୍ଭବ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଦୃତ ଶିଳ୍ପାୟନ ସହ ଓଡିଆ ଯୁବକକୁ ଦକ୍ଷତା ବିକାଶମନ୍ତ୍ରୀ ଭାବେ ଉପଯୁକ୍ତ ତାଲିମ ଦେବାର ବ୍ୟବସ୍ଥା କରି ଉଦ୍ୟମୀ ଓ ରୋଜଗାରର ସୁବିଧା ଦେବା ପାଇଁ ସେପଦକ୍ଷେପ ନେବେ ବୋଲି କହିଛନ୍ତି ।ଯାଜପୁର ଜିଲ୍ଲାକୁ ସ୍ୱର୍ଣଗର୍ଭା କହି ଯାଜପୁର ମାଟି ତଳେ ଅମାପ ପ୍ରାକୃତିକ ସମ୍ପଦକୁ ମୂଲ୍ୟ ଯୁକ୍ତ କରି ଓଡିଶାର ଅର୍ଥନୀତିକୁ ସମୃଦ୍ଧ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ପ୍ରଧାନା ମାତ୍ର ଯାଜପୁରର ଖଣିଜ ସମ୍ପଦର ଅଧିକାରୀ ଯାଜପୁରର ସାଧାରଣ ଜନତା ହୋଇଥିବା ବେଳେ ଭୁବନେଶ୍ୱର ଓ ଦିଲ୍ଲୀ ସରକାର ଏହା ସେମାନଙ୍କର ଜାଗିର ଭାବିବା ଯୁଗ ନରେନ୍ଦ୍ର ମୋଦି ଶେଷ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ରୁ ଯାଜପୁର ଜିଲ୍ଲାକୁ ବର୍ଷକୁ ୧୨୦ କୋଟି ଟଙ୍କା ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯାଜପୁର ଜିଲ୍ଲାକୁ ମିଳୁଥିବା ଅର୍ଥକୁ ଛାଡି ଏହି ୧୨୦ କୋଟି ଟଙ୍କା ବାର୍ଷିକ ବ୍ୟୟରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜଳ ସେଚନ ତଥା ଯୁବ ପୀଢୀ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଉଚିତ ପଦକ୍ଷେପ ନିଆ ଯାଏ ତେବେ ଯାଜପୁର ଜିଲ୍ଲା କେବଳ ଖଣିଜ ସମ୍ପଦରେ ନୁହେଁ ବିକାଶରେ ସମ୍ପନ୍ନ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଟାଟା କୁ ଆହ୍ୱାନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନ ଧରି ଓଡିଶାର ପ୍ରାକୃତିକ ସମ୍ପଦକୁ ସୁ ବିନିଯୋଗ କରି ଟାଟା ଶିଳ୍ପ ସମୂହ ଅନେକ ଲାଭବାନ ହୋଇଛି । ଓଡିଶାରେ ଉପଲବ୍ଧ ଉର୍ଜାକୁ ବ୍ୟବହାର କରି ଉଚ୍ଚ ମାନର ଇସ୍ପାତ ସହ ଟାଟା ଓଡିଶାରେ ଟ୍ରକ ତିଆରି ମଧ୍ୟ କରୁ ବୋଲି ସେ କହିଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।