୩ ଇଞ୍ଜିନିୟରିଂ କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

୩ ଇଞ୍ଜିନିୟରିଂ କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

Copy Editor AH | Published On: Dec 16, 2017 10:51 PM IST |   220

ଭୁବନେଶ୍ୱର : ଢେଙ୍କାନାଳର ସାରଙ୍ଗସ୍ଥିତ ଇନ୍ଦିରା ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି(ଆଇଜିଆଇଟି), ଭୁବନେଶ୍ୱର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି) ଏବଂ ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ (ପିଏମ୍‌ଇସି)ରେ ମୋଟ ୮୫,୫୦,୦୦୦ ଟଙ୍କା ବ୍ୟୟରେ ୩ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏସବୁ ଇଞ୍ଜିନିୟରିଂ କଲେଜରେ ‘ହାଇ ପର୍‌ଫର୍‌ମାନ୍ସ କମ୍ପ୍ୟୁଟିଂ (ଏଚ୍‌ପିସି) ଆଣ୍ଡ୍‌ ଡିପ୍‌ ଲର୍ଣ୍ଣିଂ (ଡିଏଲ୍‌)ରେ ୩ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ପ୍ରତ୍ୟେକ କେନ୍ଦ୍ର ପ୍ରତିଷ୍ଠା ପାଇଁ ୨୮, ୫୦,୦୦୦ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଯନ୍ତ୍ରପାତି ଇନ୍‌ଷ୍ଟାଲେସନ୍‌, ପ୍ରଶିକ୍ଷଣ, କର୍ମଶାଳା, ତଦାରଖ, ମରାମତି ଏବଂ ଗୋଟିଏ ବର୍ଷ ପ୍ରୟୋଗାତ୍ମକ ପରିଚାଳନା ପାଇଁ ଏହି ଅର୍ଥ ବ୍ୟୟ କରାଯିବ । ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ଲାଗି ସାରଙ୍ଗ ଆଇଜିଆଇଟି ଅର୍ଥ ବହନ କରିବାକୁ ଥିବାବେଳେ ଅନ୍ୟଦୁଇଟି ପାଇଁ ବିପିୟୁଟି ଖର୍ଚ୍ଚ ବହନ କରିବ । ଏହି ତିନୋଟି କେନ୍ଦ୍ର ୬ମାସ ମଧ୍ୟରେ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ କରାଯିବ ଏବଂ ଏଗୁଡ଼ିକର ସଫଳତାକୁ ଆଧାର କରି ଅନ୍ୟ ତିନୋଟି ପ୍ରସ୍ତାବିତ କେନ୍ଦ୍ର ପ୍ରତିଷ୍ଠା ନେଇ ପଦକ୍ଷେପ ନିଆଯିବ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତି ଏବଂ ସାରଙ୍ଗ ଆଇଜିଆଇଟି ନିର୍ଦେଶକଙ୍କୁ ଏଥିନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ଡ.ଅଜୟ କୁମାର ନାୟକ ଚିଠି ଲେଖିଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।