ପୁଣି ଜଣେ ଚାଷୀ ବିଷ ପିଇ ଜୀବନ ହାରିଲେ

.

Published On: Dec 16, 2017 02:01 PM IST | Updated On: Dec 16, 2017 02:06 PM IST |   149

 

ବରଗଡ: ଚାଷୀ ଆତ୍ମହତ୍ୟାର ଉପତ୍ୟକା ସାଜିଥିବା ବରଗଡ ଜିଲ୍ଲାରେ ଆଜି ପୁଣି ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ମୃତ ଚାଷୀ ହେଉଛନ୍ତି ଭଟଲି ବ୍ଲକ ର ଖରଶଲ ଗ୍ରାମର ରୋହିତ ଭୋଇ(୩ ୫) ।


ସୂଚନାଯୋଗ୍ୟ,ଗତକାଲି ରାତିରେ ସେ ନିଜ ଘରେ ବିଷ ପିଇ ଦେଇଥିବା ବେଳେ ବରଗଡ଼ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ କୃଷି ବିଭାଗ,ରାଜସ୍ୱ ବିଭାଗ ଓ ମେଡ଼ିକାଲ ବିଭାଗ ତରଫରୁ ମିଳିତ ଭାବେ ତଦନ୍ତ କରାଯାଉଛି । ବରଗଡ ଡାକ୍ତରଖାନା ରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ସେ ତିନି ଏକର ଜମିରେ ଧାନ ଚାଷ କରିଥିଲେ । କିନ୍ତୁ ଫସଲ ନଷ୍ଟ ଓ ଋଣ ଯୋଗୁଁ ସେ ମାନସିକ ଚିନ୍ତାଗ୍ରସ୍ତ ଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।