ସେବାକୁ ଜୀବନର ଭୂଷଣ କର : ଭୀନସେନ ଯାଦବ

ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ କୋଷାଧ୍ୟକ୍ଷଙ୍କ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ

Copy Editor AH | Published On: Dec 15, 2017 11:32 PM IST | Updated On: Dec 15, 2017 11:43 PM IST |   825

ଗୁରୁଡିଝାଟିଆ : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ମଣ୍ଡଳୀ ସମ୍ପାଦକ ଭୀନସେନ ଯାଦବ, ବରିଷ୍ଠ ଆୟକର ଅଧିକାରୀ ଜେ.ଏସ. ନାଗର ଓ କର ପରାମର୍ଶଦାତା ଅଶ୍ୱୀନି ଚାୱଲା ପ୍ରମୁଖ ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟର ରୋଗୀସେବା, ନିଦାନ ପରୀକ୍ଷାକେନ୍ଦ୍ର, ଶ୍ରେଣୀ ପ୍ରକୋଷ୍ଠ ବୁଲି ଦେଖିବା ସହ ଉପସ୍ଥିତ ଚିକିତ୍ସକଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ । ପରିସରର ନୂତନ ନିର୍ମାଣାଧିନ କାଜୁଆଲିଟି, କର୍ମଚାରୀ ଆବାସିକ କେନ୍ଦ୍ର ଓ ଔଷଧିୟ ବଗିଚା ବୁଲି ସେମାନେ ଆନନ୍ଦ ପ୍ରକାଶ କରିଥିଲେ । ଏହି ଅବସରରେ ଗୋପବନ୍ଧୁ ନର୍ସିଂ କଲେଜ ବିଦ୍ୟାର୍ଥୀଙ୍କୁ କର ପରାମର୍ଶଦାତା ଶ୍ରୀ ଚାୱଲା ପୁସ୍ତକର ଗୁରୁତ୍ୱ ସଂକ୍ରାନ୍ତରେ ଅବଗତ କରିଥିଲେ । ସତ୍ୟ ଅଛି, ଥିଲା ଓ ରହିବ ବୋଲି ପ୍ରକାଶ କରିବା ସହ ଏହା ମାଧ୍ୟମରେ ବିଦ୍ୟାର୍ଥୀମାନେ ନିଜକୁ ଶକ୍ତିଶାଳୀ ବିବେଚନା କରି ପ୍ରତ୍ୟେକ କାର୍ଯ୍ୟରେ ନିର୍ଭୀକତାର ସହ ମନୋନିବେଶ କରିପାରିବେ ବୋଲି ଦର୍ଶାଇଥିଲେ । ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଶ୍ରୀ ଯାଦବ କହିଲେ ଯେ ବିଦ୍ୟାର୍ଥୀମାନେ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠାର ସହ କରିବା ଆବଶ୍ୟକ । ସେବାକୁ ଜୀବନର ଭୂଷଣ ଭାବେ ଗ୍ରହଣ କରି କାର୍ଯ୍ୟ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ । ନର୍ସିଂ କଲେଜର ବିଦ୍ୟାର୍ଥୀମାନେ ଷ୍ଟଡିଟୁରରେ ରାଜଧାନୀ ଦିଲୀ ଓ ହରିଦ୍ୱାର ଆଦି ସ୍ଥାନକୁ ଯିବା ନିମନ୍ତେ ଶ୍ରୀ ଯାଦବ ସହଯୋଗ ପାଇଁ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ନର୍ସିଂ କଲେଜ ଓ ଗୋପବନ୍ଧୁ ଚିକିତ୍ସାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ରଥ ଉତ୍ସବରେ ଅଧ୍ୟକ୍ଷତା କରି ଭଲ ଓ ବଡଲୋକଙ୍କ ଆଗମନ ପ୍ରତିଷ୍ଠାନକୁ ଆଗକୁ ଆଗେଇ ନେବା ପାଇଁ ସହାୟକ ହୋଇଥାଏ ବୋଲି କହିଥିଲେ । ବିଦ୍ୟାର୍ଥୀଙ୍କ ଭାବନାରେ ଭଲମଣିଷ ହେବାରେ ଏହା ବୀଜବିପନ କରିଥାଏ ବୋଲି କହିବା ସହ ଅନୁଷ୍ଠାନପକ୍ଷରୁ ଆଗନ୍ତୁକ ଅତିଥିଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଆୟକର ଅଧିକାରୀ ଶ୍ରୀ ନାଗର କହିଥିଲେ ଭଲମଣିଷ ହେବା ପାଇଁ ଉପାଦେୟ ତଥ୍ୟ ସହ ତଥ୍ୟକୁ ଜୀବନରେ ଅନୁସରଣ କରିବା ଆବଶ୍ୟକ । ନର୍ସିଂ କଲେଜର ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ସମସ୍ତ ନିମନ୍ତ୍ରିତ ଅତିଥି ବିଦ୍ୟାର୍ଥୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଗୋପବନ୍ଧୁ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ, ପ୍ରତିଷ୍ଠାନ ପରିଚାଳନା କମିଟି ସମ୍ପାଦକ ବାଳକୃଷ୍ଣ ମହାପାତ୍ର, ସମାଜ ସମ୍ପାଦକୀୟ ବିଭାଗ ପରାମର୍ଶଦାତା ମହେଶ ଶର୍ମା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ପ୍ରତିଷ୍ଠାନର ନିର୍ଦେଶକ ଡାକ୍ତର ଆର.ଏନ. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।