ଛାତ୍ର ମୃତ୍ୟୁକୁ ନେଇ ଖୁଣ୍ଟାରେ ୧୨ ଘଣ୍ଟିଆ ଧର୍ମଘଟ ଡାକରା

.

Published On: Dec 15, 2017 02:45 PM IST |   294

 

ଖୁଣ୍ଟା: ଖୁଣ୍ଟା ବ୍ଲକ ବାଲିମୁଣ୍ଡୁଳି ଗ୍ରାମର ଯୁକ୍ତ ଦୁଇ ଛାତ୍ର ଅନିମେଷ ଦାଶଙ୍କ ସନ୍ଦେହ ଜନକ ମତ୍ୟୁକୁ ନେଇ ଆଭିଭାବକ ଓ ଖୁଣ୍ଟା  କଲେଜ ଛାତ୍ରଛତ୍ରୀମାନେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଅନିମେଷଙ୍କୁ ନ୍ୟାୟ ଓ ଉଦଳା ଆଇଆଇସି ରତିକାନ୍ତ ଗିରିଙ୍କ ବଦଳି ଦାବି କରି ଆଜି ଖୁଣ୍ଟା ଅଟୋ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଧର୍ମଘଟ ଡାକରା ଦିଆଇଥିଲା । ଏହି ବନ୍ଦ ଡାକରାକୁ ଖୁଣ୍ଟା ବଜ଼ାର କମିଟିର ସମର୍ଥନ ଜଣାଇବା ସହ ଆଭିଭାବକ ଓ ଛାତ୍ରଛତ୍ରୀମାନେ ରାଲି କରିଥିଲେ । ଏହାର ପ୍ରଭାବରେ ଉଦଳା -ଖୁଣ୍ଟା- ବାରିପଦା ୧୯ ନମ୍ବର ରାଜପଥରେ ଗମନାଗମନ ବନ୍ଦ ରହିବା ସହ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ସମେତ ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏହି ଧର୍ମଘଟକୁ ୟୁଥ କଂଗ୍ରେସ, ମୟୁରଭଞ୍ଜ ଆଦିବାସୀ ରିଭଲ୍ୟୁସନାରୀ ଷ୍ଟୁଡେଣ୍ଟ ଏସୋସିଏସନ(ମରିସା) ଓ ଜୟ ମୟୁରଭଞ୍ଜ ଛାତ୍ର ମୋର୍ଚ୍ଚା ପକ୍ଷରୁ  ସମର୍ଥନ କରାଯାଇଥିଲା।


ସୂଚନାଯୋଗ୍ୟ, ଗତ ନଭେମ୍ବର ୧୨ ତାରିଖ ଦିନ ଉଦଳାର ଏକ ଛାତ୍ରାବାସରେ ସନ୍ଦେହ ଜନକ ଭାବରେ ମତ୍ୟୁ ଘଟିଥିଲା । ଘଟଣାରେ ଛାତ୍ରାବାସ ମାଲିକଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ନେଇ ଉଦଳା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ପୁଲିସର ନିଷ୍କ୍ରିୟତା ବିରୋଧରେ ଅନିମେଷ ପରିବାର ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ଛାତ୍ରାବାସ ମାଲିକଙ୍କ ସେ ଆତ୍ମହତ୍ୟା କରିଥିବା କହିଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।