କୀଟନାଶକ ପିଇ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ

.

Published On: Dec 15, 2017 12:08 PM IST | Updated On: Dec 15, 2017 12:20 PM IST |   145

 

ବରଗଡ଼: ବରଗଡ଼ ଜିଲା ଅଥାବିରା ଥାନା ଭାଲୁପାଲି ଗ୍ରାମରେ ଶୁକ୍ରବାର ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଚାଷୀ ଜଣଙ୍କ ହେଲେ ଉମେଶ ଜଗଦ୍ଦଲା (୪୦)। ଚକଡ଼ା ପୋକର ପାର୍ଦୁଭାବ, ଅଦିନିଆ ବର୍ଷା ଓ କରଜ ସୁଝି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।


ସୂଚନାଯୋଗ୍ୟ, ଉମେଶ ପ୍ରାୟ ତିନି ଏକର ଜମିରେ ଧାନ ଓ ବାଇଗଣ ଚାଷ କରିଥିଲେ । କିନ୍ତୁ ଚକଡା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ଧାନ ଚାଷ ସମ୍ପୃର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଥିବା ବେଳେ ବାଇଗଣ ଚାଷ ମଧ୍ୟ ପୋକ କବଳରୁ ବଞ୍ଚି ପାରି ନଥିଲା। ତା ଉପରେ ପୁଣି ସେ ୮୦ ହଜାର ଟଙ୍କାର କରଜ କରିଥିଲେ । ଏହି ସବୁ କାରଣକୁ ନେଇ ମାନସିକ ଚିନ୍ତାଗ୍ରସ୍ତ ଥିବା ବେଳେ ଗତାକଲି ଉମେଶ ବାଇଗଣ ବାଡିରେ କୀଟନାଶକ ପିଇ ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ ।  ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।