ତତଲା ତେଲ କଡେଇରେ ପଡ଼ି ନାବାଳିକାଙ୍କ ଜୀବନଗଲା

.

Copy Editor RRM | Published On: Dec 14, 2017 10:06 PM IST |   463

ଯାଜପୁର: ବିଝାଂରପୁର ଥାନା ଅନ୍ତର୍ଗତ ବରୀ ବ୍ଲକ ଏରଡା ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ତତଲା ତେଲ କଡେଇରେ ପଡ଼ି ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ ମାମୁନି ମଲ୍ଲିକ (୮) । ଗାଁରେ ଜଣେ ବ୍ୟକ୍ତିଙ୍କ ଭୋଜି ରୋଷେଇ ଚାଲିଥିବାବେଳେ ମାମୁନି ସେହିବାଟେ ଯାଉଥିଲେ । ଅସାବଧାନତାବଶତଃ ସେ ଝୁଣ୍ଟିପଡ଼ି ଗ୍ୟାସ୍‌ ଚୁଲାରେ ବସିଥିବା ତେଲ କଡେଇରେ ପଡ଼ିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଅଘଟଣ ସମୟରେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବଡ଼ବାପା ଆହତ ହୋଇଛନ୍ତି । ଉତ୍ସବର ମାହୋଲରେ ଏଭଳି ଦୁଃଖଦ ଘଟଣା ନେଇ ଅଞ୍ଚଳରେ ବିଷାଦ ଖେଳିଯାଇଛି ।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।