ଖୁବ୍‌ଶୀଘ୍ର ବ୍ରାହ୍ମଣୀ ଦ୍ୱିତୀୟ ସେତୁ ପ୍ରକଳ୍ପ ଆରମ୍ଭ ହେବ : ଏନ୍‌ଏଚ୍‌ଏଆଇ

ସାଢ଼େ ୪ କିମି ଅଞ୍ଚଳ ଜଙ୍ଗଲ କିସମ ଜମି ପାଇଁ ସମସ୍ୟା

Copy Editor AH | Published On: Dec 13, 2017 01:08 AM IST |   129

ଭୁବନେଶ୍ୱର : ବ୍ରାହ୍ମଣୀନଦୀର ଦ୍ୱିତୀୟ ସେତୁ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍‌ଏଚ୍‌ଏଆଇ) ପ୍ରକଳ୍ପ ସଦସ୍ୟ ଆନନ୍ଦ ସିଂହ ସ୍ପଷ୍ଟ କରିିଛନ୍ତି। ମଙ୍ଗଳବାର ସଚିବାଳୟରେ ସେତୁ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ ଅବସରରେ ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ ଅଞ୍ଚଳ ଭିତରେ ପ୍ରାୟ ସାଢ଼େ ୪କିମି ପରିମିତ ଅଞ୍ଚଳ ଜଙ୍ଗଲ କିସମ ଜମି ରହୁଛି। ଏହାକୁ ନେଇ ସମସ୍ୟା ଲାଗି ରହିଥିବାବେଳେ ଏଥିପାଇଁ ମନ୍ତ୍ରାଳୟର ଅନୁମତି ନିହାତି ଆବଶ୍ୟକ। ମାତ୍ର ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଏବଂ ପରିବେଶ ମନ୍ତ୍ରାଳୟକୁ ପଠାଯିବାକୁ କହିଛନ୍ତି। ତେବେ ଜଙ୍ଗଲ ଜମିର ଅନୁମତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଳମ୍ବ ହେଉଥିବା ନେଇ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିଲେ ଯେ ଯଦି କେନ୍ଦ୍ର ସରକାର ସେତୁ କାର୍ଯ୍ୟକୁ ତ୍ୱରାନ୍ୱିତ ନେଇ ଆନ୍ତରିକତା ଦେଖାଇବେ ନାହିଁ ତେବେ ରାଜ୍ୟ ସରକାର କରିବେ। ପ୍ରକଳ୍ପ କାର୍ଯ୍ୟକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାମୁହିଁ ଆରମ୍ଭ ହୋଇଥିବାବେଳେ ଆଜିର ବୈଠକ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବ ବୋଲି ଜଣାଯାଇଛି।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।