ବର୍ଷା ଯୋଗୁଁ ୧୯ ବ୍ଲକରେ ଫସଲହାନି

୫ ଜିଲାପାଳଙ୍କୁ କ୍ଷୟକ୍ଷତି ଆକଳନ ନିର୍ଦେଶ

Copy Editor AH | Published On: Dec 11, 2017 11:53 PM IST |   164

ଭୁବନେଶ୍ୱର : ନିକଟରେ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ୧୯ଟି ବ୍ଲକର ଧାନ ଫସଲର ବାସ୍ତବ ଆକଳନ କରିବାପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ୫ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି। ରବିବାର ଏସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ନିର୍ଦେଶନାମା ପରେ ଆଜି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ତ୍ୱରିତ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାପାଇଁ କୁହାଯାଇଛି। ଶ୍ରୀ ସେଠୀ ଦର୍ଶାଇଛନ୍ତି ଯେ ଗତ ୯ ଓ ୧୦ ତାରିଖ ଦୁଇଦିନ ଧରି ରାଜ୍ୟରେ ଅଣଋତୁଜନିତ ଝଡବର୍ଷା ହୋଇଛି। ତେବେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ ଓ ଯାଜପୁରରେ ୫୦ ମିଲିମିଟରରୁ ଅଧିକ ପରିମାଣର ବର୍ଷା ରେକର୍ଡ ହୋଇଛି। ବର୍ଷା ପୂର୍ବରୁ ଚାଷୀମାନଙ୍କୁ ମାଇକିଂ ଜରିଆରେ ଅମଳ ଧାନ ଠିକଣା ସ୍ଥାନକୁ ବୋହି ଆଣିବାକୁ ସଚେତନତା କରାଯାଇଥିଲା। ହେଲେ ଧାନ ଅମଳ ପରିବହନ ବେଳେ କେତେକ ଫସଲ ନଷ୍ଟ ହୋଇଛି। ଏଥିପୂର୍ବରୁ ମରୁଡ଼ି, ଚକଡାପୋକ ଓ ଅଦିନିଆ ବର୍ଷା ଯୋଗୁଁ ସରକାରଙ୍କ ପକ୍ଷରୁ ୧୯ଟି ଜିଲାର ୪.୦୭ଲକ୍ଷ ହେକ୍ଟର ଫସଲ ନଷ୍ଟ ବୋଲି ଘୋଷଣା କରାଯିବା ସହିତ ସହାୟତା ରାଶି ଜିଲାପାଳମାନଙ୍କୁ ଯୋଇ ଦିଆଯାଇଛି। ଏହି ସବୁ ଅଞ୍ଚଳ ବାଦ୍‌ ଦେଇ ଲଘୁଚାପ ବର୍ଷା ଯୋଗୁଁ ଯେଉଁଠାରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବ ତାହାର ଆକଳନ କୃଷି ବିଭାଗ ଅଧିକାରୀଙ୍କ ଜରିଆରେ କରି ସରକାରଙ୍କୁ ରିପୋର୍ଟ ଦେବାକୁ ଶ୍ରୀ ସେଠୀ ଦର୍ଶାଇଛନ୍ତି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ କଟକ ଜିଲାର ନିଆଳି ବ୍ଲକରେ ୮୦ ମିଲିମିଟର ବର୍ଷା ହୋଇଥିବାବେଳେ ଜଗତସିଂପୁରର ଜଗତସିଂହପୁରବ୍ଲକ, ରଘୁନାଥପୁର, ବାଲିକୁଦା, ନୂଆଗାଁ, ତିର୍ତୋଲ, କୁଜଙ୍ଗ, ଏରସମା, ଯାଜପୁରର ବରୀ ବ୍ଲକ, କେନ୍ଦ୍ରାପଡାର ଡେରାବିଶ, ମାର୍ଶାଘାଇ, ମହାକାଳପଡା, ରାଜନଗର, ପୁରୀର ଅସ୍ତରଙ୍ଗ, ଗୋପ, କାକଟପୁର, କୃଷ୍ଣପ୍ରସାଦ, ପୁରୀ ଓ ସତ୍ୟବାଦୀ ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେଣୁ ଏହିସବୁ ବ୍ଲକରେ ଚାଷୀମାନେ ବାସ୍ତବରେ କେତେ ଫସଲ ହରାଇଛନ୍ତି ତାହାର ରିପୋର୍ଟ ଚଳିତମାସ ୧୮ ତାରିଖ ସୁଦ୍ଧା ପଠାଇବାକୁ ଶ୍ରୀ ସେଠୀ ଜିଲାପାଳମାନଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।