ଜାନୁଆରୀରେ ବିଜେପୁର ଉପନିର୍ବାଚନ

ଜାନୁଆରୀରେ ବିଜେପୁର ଉପନିର୍ବାଚନ

Copy Editor AH | Published On: Dec 09, 2017 06:17 AM IST |   305

ନୂଆଦିଲ୍ଲୀ : ବିଜେପୁର ଉପନିର୍ବାଚନ ଜାନୁଆରୀ ୨୦୧୮ରେ ହେବାର ସମ୍ଭାବନା ରହିଛି । ନୂତନ ଭୋଟର ତାଲିକା ସଂଶୋଧନ ଏବଂ ତାଲିକା ପ୍ରକାଶନ ପରେ ବିଜେପୁର ଉପନିର୍ବାଚନ କରାଯିବ । ଆଜି ନୂତନ ଭୋଟର ତାଲିକା ସଂଶୋଧନ ଓ ଉପନିର୍ବାଚନ ପ୍ରସ୍ତୁତି ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପୁର ଉପନିର୍ବାଚନ ପ୍ରସ୍ତୁତି ଆଲୋଚନା କରାଯାଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି. ଏନ. ଗୁପ୍ତା ବୈଠକରେ ଯୋଗଦେଇ ବିଜେପୁରରେ ନିର୍ବାଚନ ପ୍ରସ୍ତୁତି ନେଇ କମିଶନଙ୍କୁ ଅବଗତ କରାଇଥିଲେ । ପ୍ରାୟ ତିନି ଘଣ୍ଟାର ଆଲୋଚନାରେ ନିର୍ବାଚନ ସଂକ୍ରାନ୍ତ ସୁରକ୍ଷା ଓ ପୋଲିସ ବ୍ୟବସ୍ଥା ବିଷୟରେ ଧ୍ୟାନ ଦିଆଯାଇଥିଲା ।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।