ପ୍ରଥମରୁ ଦଶମ : ପାଠପଢ଼ା ଛାଡ଼ୁଛନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

ପ୍ରଥମରୁ ଦଶମ : ପାଠପଢ଼ା ଛାଡ଼ୁଛନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ

Copy Editor AH | Published On: Dec 08, 2017 06:27 AM IST |   145

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ହାର ୩୦ ପ୍ରତିଶତରୁ ଅଧିକ । ବିଜେପି ବିଧାୟକ ଦିଲୀପ ରାୟ ବିଧାନସଭାରେ ଏ ସଂକ୍ରାନ୍ତରେ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ରଖିଥିବା ପରିସଂଖ୍ୟାନରୁ ଏହା ଜଣାପଡ଼ିଛି । ମନ୍ତ୍ରୀ ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ୨୦୦୭-୦୮ ଶିକ୍ଷା ବର୍ଷରୁ ୮,୭୮,୯୬୧ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିଲେ । ୨୦୧୪-୧୫ରେ ଏମାନେ ଅଷ୍ଟମ ଶ୍ରେଣୀରେ ପହଞ୍ଚିବା ବେଳକୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୬,୯୮,୨୬୭ ଏବଂ ୨୦୧୬-୧୭ ଶିକ୍ଷା ବର୍ଷରେ ଏହି ପିଲାମାନେ ଦଶମ ଶ୍ରେଣୀରେ ପହଞ୍ଚିବା ବେଳକୁ ସେମାନଙ୍କ ସଂଖ୍ୟା ୬,୧୩,୬୮୩କୁ କମିଛି । ଏହି ହିସାବରୁ ସ୍ପଷ୍ଟ ହୋଇଛି ଯେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୨,୬୫,୨୭୮ ସଂଖ୍ୟକ ପିଲା ପାଠପଢ଼ା ଛାଡ଼ିଛନ୍ତି । ଅର୍ଥାତ୍ ପ୍ରଥମ ଶ୍ରେଣୀରେ ଯେତେ ସଂଖ୍ୟକ ପିଲା ୨୦୦୭-୦୮ ବର୍ଷରେ ନାମ ଲେଖାଇଥିଲେ ସେମାନଙ୍କ ମଧ୍ୟରୁ ୨୦୧୬-୧୭ରେ ଦଶମ ଶ୍ରେଣୀରେ ପହଞ୍ଚିବା ବେଳକୁ ୩୦.୧୮ ପ୍ରତିଶତ ପିଲା ଅଧାରୁ ପାଠପଢ଼ା ଛାଡ଼ି ·ଲି ଯାଇଥିଲେ । ତେବେ ପ୍ରଥମରୁ ଅଷ୍ଟମ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧,୮୦,୬୯୪ ଅର୍ଥାତ୍ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଥିବା ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ