ତାପସ ପାଲଙ୍କ ଜାମିନ ମାମଲା

ସିବିଆଇ ଦାଖଲ କଲା ସାକ୍ଷୀଙ୍କ ବୟାନ

Copy Editor AH | Published On: Dec 08, 2017 06:20 AM IST |   132

କଟକ : ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ତୃଣମୂଳ ସାଂସଦ ତାପସ ପାଲଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣି ହୋଇଥିବାବେଳେ ସିବିଆଇ ପକ୍ଷରୁ ସିଆରପିସି ୧୬୪ ଧାରାରେ ରେକର୍ଡ ହୋଇଥିବା ସାକ୍ଷୀମାନଙ୍କର ବୟାନ କୋର୍ଟରେ ଦାଖଲ କରାଯାଇଥିଲା। ତେବେ ଦାଖଲ ହୋଇଥିବା ରିପୋର୍ଟର ସାରାଂଶକୁ ବର୍ଣ୍ଣନା କରି ଦେବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ଆସନ୍ତା ୧୨ତାରିଖରେ ଶୁଣାଣି ହେବ ବୋଲି ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମିଲନ କାନୁନଗୋ, ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲ ମାସ ୧୨ତାରିଖରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଖାରଜ କରିଥିଲେ। ରୋଜଭ୍ୟାଲି ଠକେଇ ମାମଲାରେ ୨୦୧୬ ଡିସେମ୍ବର ମାସ ୩୦ତାରିଖରେ ସିବିଆଇ ତାପସଙ୍କୁ ଗିରଫ କରିଥିଲା। ଏହାପରେ ସିବିଆଇ ସିଜେଏମ ଅଦାଲତ ଗତ ଜାନୁଆରୀ ମାସ ୭ତାରିଖରେ ତାଙ୍କର ଜାମିନ ନାମଞ୍ଜୁର କରିବା ପରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏବେ ସେ ଝାରପଡା ଜେଲରେ ଅଛନ୍ତି। ତେବେ ସାଂସଦ ପାଲ ଏହି କମ୍ପାନୀରେ ୨୦୧୦ମସିହାରୁ ନିର୍ଦ୍ଦେଶକ ଭାବେ କାମ କରୁଥିବାବେଳେ ସେ ତାଙ୍କର ପତ୍ନୀ, ଝିଅ ଓ ଭାଣିଜୀଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦେଇଥିଲେ। ପାଖାପାଖି ରୋଜଭ୍ୟାଲି ଓଡିଶାରୁ ୪୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ତେବେ ସିବିଆଇ ରୋଜଭ୍ୟାଲି ବିରୋଧରେ ପ୍ରାଥମିକ ଚାର୍ଜସିଟ ୨୦୧୬ ଜାନୁୟାରୀ ମାସରେ ଦାଖଲ କରିଥିଲା।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ