ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ଆଜି

ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ ଆଜି

Copy Editor AH | Published On: Dec 08, 2017 05:54 AM IST | Updated On: Dec 08, 2017 08:27 PM IST |   188

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ବିଶ୍ୱ ଲିଗ୍ ୩ୟ ସଂସ୍କରଣରେ ଭାରତ, ଆଜେଣ୍ଟିନା, ଜର୍ମାନୀ ଓ ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଭାରତ-ଆର୍ଜେଣ୍ଟିନା ଏବଂ ଶନିବାର ୨ୟ ସେମିଫାଇନାଲରେ ଜର୍ମାନୀ-ଅଷ୍ଟ୍ରେଲିଆ ମୁକାବିଲା ହେବ । ଲିଗ୍ ପର୍ଯ୍ୟାୟରେ ଦଳଗତ ପ୍ରଦର୍ଶନରେ ଆମେ ବିଫଳ ହୋଇଥିଲୁ । ଲିଗ୍ ତ୍ରୁଟିକୁ ସୁଧାରି କ୍ୱାର୍ଟରରେ ଦଳଗତ ପ୍ରଦର୍ଶନ ଆମକୁ ବିଜୟ ଦେଇଥିଲା । ସେମିଫାଇନାଲରେ ଆମକୁ ଭଲ ପ୍ରଦର୍ଶନ ବଜାୟ ରଖିବାକୁ ପଡ଼ିବ । ଏଥିପାଇଁ ଆମେ ପ୍ରସ୍ତୁତ ବୋଲି ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡ ମାରିଏନେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିମ ରହିଛନ୍ତି । ଯୁବ ଓ ବରିଷ୍ଠ ଖେଳାଳ ନିଜ ଦାୟିତ୍ୱ ସଠିକ ଭାବେ ନିର୍ବାହ କରୁଛନ୍ତି । ଆର୍ଜେଣ୍ଟିନା ବିଶ୍ୱର ୧ ନମ୍ବର ଦଳ । ଉକ୍ତ ଦଳ ବିପକ୍ଷରେ ଆମେ ପୂର୍ଣ୍ଣ ଶକ୍ତି ସହିତ ଓହ୍ଳାଇବୁ । ପେନାଲ୍‌ଟି କର୍ଣ୍ଣରକୁ ନେଇ ଦଳ ଚିନ୍ତାରେ ଥିଲା; ଯାହା ବେଲଜିୟମ ବିପକ୍ଷ ମ୍ୟାଚରେ ଦୂରହୋଇଛି । ସେମିଫାଇନାଲରେ ଦଳ ଭଲ ପ୍ରଦର୍ଶନ କରି ଫାଇନାଲକୁ ଉନ୍ନୀତ ହେବ ବୋଲି ମାରିଏନେ କହିଛନ୍ତି । ଆର୍ଜେଣ୍ଟିନା ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚରୁ ୨ଟି ପରାଜୟ ଓ ଗୋଟିଏ ଡ୍ର ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲା । ଦଳ କ୍ୱାର୍ଟରଫାଇନାଲରେ ଇଂଲଣ୍ଡକୁ ହରାଇ ସେମିରେ ପହଞ୍ଚିଛି । ଆର୍ଜେଣ୍ଟିନା ଏପର୍ଯ୍ୟନ୍ତ ୯ଟି ଗୋଲ ଦେଇଥିବା ବେଳେ ୧୦ଟି ଗୋଲ ବରଣ କରିଛି । ଭାରତ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚରୁ ୨ଟି ପରାଜୟ ଓ ଗୋଟିଏ ଡ୍ର ସହ କ୍ୱାର୍ଟରରେ ପ୍ରବେଶ କରିଥିଲା । ଦଳ କ୍ୱାର୍ଟରଫାଇନାଲରେ ଚମକ୍ରାର ପ୍ରଦର୍ଶନ କରି ବେଲଜିୟମକୁ ୩-୩ (୩-୨) ଗୋଲରେ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଭାରତ ଏପର୍ଯ୍ୟନ୍ତ ୯ଟି ଗୋଲ ଦେଇଥିବା ବେଳେ ୧୧ଟି ଗୋଲ ବରଣ କରିଛି । ୨୦୧୪ରେ କଳିଙ୍ଗ ଷ୍ଟାଡ଼ି୍ରୟମରେ ଅନୁଷ୍ଠିତ ଚମ୍ପିଆନ୍‌ସ ଟ୍ରଫି ହକିର ଲିଗ୍ ପର୍ଯ୍ୟାୟରେ ଆର୍ଜେଣ୍ଟିନା ୪-୨ ଗୋଲରେ ଭାରତକୁ ପରାସ୍ତ କରିଥିଲା । ଘରୋଇ ପଡ଼ିଆରେ ଭାରତ ପୂର୍ବ ପ୍ରତିଶୋଧ ନେବାର ସୁଯୋଗ ରହିଥିବା ବେଳେ ଦର୍ଶକ ରୋମାଞ୍ଚକର ମ୍ୟାଚ ଦେଖିବାର ଆଶା ରଖିଛନ୍ତି ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ