ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ

ଶ୍ରୀମନ୍ଦିର ସଂସ୍କାର କମିସନ ସରକାରଙ୍କୁ ଦେଲେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ

Copy Editor AH | Published On: Dec 08, 2017 05:27 AM IST |   153

କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ତଦନ୍ତ କମିସନ ଆଜି ସରକାରଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ଏହି ରିପୋର୍ଟ ଏକ ବନ୍ଦ୍‌ ଲଫାପାରେ କମିସନଙ୍କ ସଚିବ ବିଭୁ ପ୍ରସାଦ ପରିଜା ଆଇନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ୪୮ ପୃଷ୍ଠାର ଏହି ରିପୋର୍ଟରେ କମିଶନ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଇତିହାସର ପ୍ରଚାର ପ୍ରସାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିବା ଜଣାଯାଇଛି। ତେବେ କମିସନଙ୍କ ନିଜସ୍ୱ ମତ ସହ ଅନ୍ୟ ଲୋକଙ୍କ ପରାର୍ମଶକ୍ରମେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଜଗନ୍ନାଥ ସଂସ୍କୃତିର କିଭଳି ପ୍ରଚାର ପ୍ରସାର ହୋଇପାରିବ, ସେ ନେଇ ରିପୋର୍ଟରେ ଦର୍ଶାଯାଇଥିବାବେଳେ ତୃତୀୟ ଅନ୍ତରୀଣ ରିପୋର୍ଟ ଜଗନ୍ନାଥ ସେବକଙ୍କ କଲ୍ୟାଣ ଓ ଶ୍ରୀମନ୍ଦିରର ସଂସ୍କାର ପ୍ରସଙ୍ଗରେ ପ୍ରଦାନ କରାଯିବ ବୋଲି ଜଷ୍ଟିସ୍‌ ଦାସ କହିଛନ୍ତି। ତେବେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରୁ ନାହିଁ। ଅନେକ ପୀଠ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ରାଜ୍ୟ ସରକାର ଜଗନ୍ନାଥଙ୍କ ସହିତ ଜଡିତ ପୀଠ ଗୁଡିକର ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାର୍ମଶ ଦିଆଯାଇଛି। ସେହିପରି ଶ୍ରୀମନ୍ଦିର ଭିତରେ ପରିଷ୍କାର ପରିଚ୍ଛନତା ରଖିବା ପାଇଁ ପରାର୍ମଶ ଦିଆଯାଇଥିବାବେଳେ ରାସ୍ତାକୁ ଚଉଡା କରିବା ପାଇଁ ରିପୋର୍ଟରେ କୁହାଯାଇଛି। ଫଳରେ ଆମ୍ବୁଲାନ୍ସ ଯାତାୟତ କରିବା ଭଳି ପଦକ୍ଷେପ ନେବା ପାଇଁ କୁହାଯାଇଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ପାଇଁ ପରାର୍ମଶ ଦିଆଯାଇଛି। ଏହି ରିପୋର୍ଟ ପ୍ରଦାନ ପୂର୍ବରୁ କମିସନ୍‌ଙ୍କ କଳାବିକାଶ କେନ୍ଦ୍ର ନିକଟସ୍ଥ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଥିଲା। ରାଜ୍ୟ ତଥା ବାହାରେ ଜଗନ୍ନାଥ ସଂସ୍କୃତି ପ୍ରସାର କିପରି ବ୍ୟାପକ ହୋଇପାରିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବହୁ ଧର୍ମସ୍ଥାନ ଅବହେଳିତ ଅବସ୍ଥାରେ ରହିଛି। ଏଭଳି ସବୁ ପୀଠର ରକ୍ଷଣାବେକ୍ଷଣା, ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହିତ ପଂଚସଖାଙ୍କ ପୀଠର ଉନ୍ନତିକରଣ ଓ ସେହି ପୀଠସବୁକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେ ନେଇ ବିଚାର ବିମର୍ଶ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ କମିସନ ୨୦୧୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୬୦ ପୃଷ୍ଠା ବ୍ୟାପୀ ଏହି ରିପୋର୍ଟରେ ଶ୍ରୀମନ୍ଦିରର ନିରାପତା, ସୁରକ୍ଷା ବ୍ୟବସ୍ଥା, ପର୍ବପର୍ବାଣୀ ଓ ନୀତିକାନ୍ତି ସମୟରେ ଶୃଙ୍ଖଳା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରାଯାଇଥିଲା। ତେବେ ନୀଳାଦ୍ରିବିଜେ ବିଶୃଙ୍ଖଳା ପରେ ୨୦୧୬ ମସିହା ଜୁଲାଇ ମାସ ୨୧ତାରିଖରେ ରାଜ୍ୟ ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଓ ଭକ୍ତମାନଙ୍କ ସୁରକ୍ଷା ସଂପର୍କରେ ତଦନ୍ତ କରି ପରାମର୍ଶ ପ୍ରଦାନ ପାଇଁ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ ନେଇ ଘୋଷଣା କରିଥିଲେ। ଜୁଲାଇ ମାସ ୨୩ତାରିଖରେ କମିସନ ବସିବା େନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୬ଟି ପ୍ରସଙ୍ଗରେ ଜଷ୍ଟିସ୍‌ ଦାସଙ୍କୁ ନେଇ ଗଠିତ କମିସନ୍‌ ତଦନ୍ତ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ