ଗୃହ କମିଟି ଲାଗି ସର୍ବଦଳୀୟ ନିଷ୍ପତ୍ତି

କେନ୍ଦ୍ର ନିରପେକ୍ଷ ହେଉନି: ମୁଖ୍ୟମନ୍ତ୍ରୀ

Copy Editor AH | Published On: Dec 08, 2017 01:26 AM IST | Updated On: Dec 08, 2017 01:31 AM IST |   340

କେନ୍ଦ୍ର ସତ୍ୟପାଠର ପ୍ରତିବାଦ : କମ୍ପିଲା ଗୃହ, ୪ଥର ମୁଲତବୀ ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଉପରେ ଟ୍ରାଇବୁନାଲ ଗଠନ ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମନା କରିବା ପରେ ଏହାକୁ ନେଇ ଗୁରୁବାର ଦିନ ତମାମ ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଥିଲା। ତେବେ ଗୃହରେ ଅଚଳାବସ୍ଥା ହଟାଇବା ପାଇଁ ଗୁରୁବାର ଅପରାହ୍ନରେ ଗୃହକୁ ମୁଲତବୀ ରଖାଯାଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡ଼କାଯାଇଥିଲା। ଏଥିରେ ମହାନଦୀ ପ୍ରସଙ୍ଗ ନେଇ ଏକ ଗୃହ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଯେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହ କମିଟି ଗଠନ ଲାଗି ନିଷ୍ପତ୍ତି ହୋଇଛି। ସେ କହିଥିଲେ ଯେ କେନ୍ଦ୍ର ଯେଉଁ ସତ୍ୟପାଠ ଦାଖଲ କରିଛିି ସେଥିରେ ନିରପେକ୍ଷତା ନେଇ ସନ୍ଦେହ ରହିଛି। ଆମେ ଏହା ଉପରେ ଅନ୍ୟ ଦଳର ନେତାଙ୍କ ସହ ଆଲୋଚନା କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବୁ। ବିଜେଡ଼ି ରାଜ୍ୟର ସ୍ୱାର୍ଥ ପାଇଁ ବିଶେଷକରି ଚାଷୀଙ୍କ ଲାଗି ଲଢ଼େଇ ଜାରି ରଖିବ। ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ କହିଥିଲେ ଯେ କେନ୍ଦ୍ର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଟ୍ରାଇବୁନାଲ ଗଠନ ହେବନାହିଁ ବୋଲି କେଉଁଠି କହିନାହାନ୍ତି। ଯେଉଁ ଟ୍ରାଇବୁନାଲ ଗଠନ ହେବ ତାହା ନୂଆ ଆଇନ ଅନୁସାରେ ହେବ। ବର୍ତ୍ତମାନର ଟ୍ରାଇବୁନାଲ ମଧ୍ୟ ନୂଆ ଆଇନ ଅନୁସାରେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ଯେଉଁ ସର୍ବଦଳୀୟ ବୈଠକ ଡାକିବେ ସେଥିରେ ସବୁ ଏନଜିଓ, ନାଗରିକ ସମାଜକୁ ସାମିଲ କରାଯାଉ। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେପିି ଠିଆହେବାକୁ ପ୍ରସ୍ତୁତ ଅଛି। ଏହା ପୂର୍ବରୁ ଏ କ୍ଷେତ୍ରରେ ରାଜ୍ୟର ଭୂମିକା କ’ଣ ହେବ ତାହା ଜଣାଇଲେ ଆମେ ଲଢ଼ିବୁ ବୋଲି ସେ କହିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ। କେବେ ଡ଼ାକିବେ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ଛାଡ଼ିଦିଆଯାଇଛି। ସୁପ୍ରିମକୋର୍ଟରେ ପରବର୍ତ୍ତୀ ତାରିଖ ପରେ କ’ଣ ପଦକ୍ଷେପ ନିଆଯାଇଛି ଜାଣିବା ପରେ ମୁଖ୍ୟମନ୍ତ୍ରୀ ବୈଠକ ଡ଼ାକିବେ। ମହାନଦୀ ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯିବା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ପୂର୍ବରୁ ଧାର୍ଯ୍ୟ ହୋଇଥିବା କୃଷି ଓ ସମବାୟ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପରର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ ଉପସ୍ଥିତ ଥିଲେ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ