ଶୁକ୍ରବାର ରାଶିଫଳ

ଶୁକ୍ରବାର ରାଶିଫଳ

Copy Editor AH | Published On: Dec 08, 2017 12:36 AM IST |   1573

ମେଷ: ପରିବାରର ଅଶାନ୍ତି ଦୂର ହେବ । ଅସୁସ୍ଥତା ଅନୁଭବ କରିପାରନ୍ତି । ପିଲାମାନଙ୍କ ପାଇଁ ଦିନଟି ସୁଖଦାୟକ ହେବ । ଯାନ-ବାହନ ସୁଖ ମିଳିପାରେ । ନିଜ ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ବୃଷ: ପରିଶ୍ରମୀ ହେବେ । ଉଚ୍ଚ ଆଶାଫଳବତୀ ହେବ । ଚୌର ଭୟ ରହିଛି । ମଉଜ ମଜଲିସ୍‌ କରିପାରନ୍ତି । ଧାର୍ମିକ ହେବେ । ବନ୍ଧୁ ପ୍ରେମୀ ହେବା ଆଶା କରାଯାଏ । ଜ୍ଞାନୀ ବ୍ୟକ୍ତି ଭାବେ ଧନ ଅର୍ଜନ ପାଇଁ ବିଦେଶ ଯାଇପାରନ୍ତି । ମିଥୁନ: ଉତ୍ସବାଦିରେ ସମ୍ମିଳିତ ହୋଇପାରନ୍ତି । ଲୋଭଗ୍ରସ୍ତ ହେବେ । ଅଳ୍ପ ବୁଦ୍ଧିଯୁକ୍ତ ହେବେ । ବ୍ୟବସାୟରୁ ଅଧିକ ଧନ ଉପାର୍ଜନ କରିପାରନ୍ତି । ଚର୍ମ ରୋଗୀଙ୍କ ସହିତ ମିଳାମିଶା ନ କରି; ବରଂ ନିଃସଙ୍ଗ ହୁଅନ୍ତୁ । କର୍କଟ: ଆୟ ହେବ; ମାତ୍ର ପରିମାଣ ସ୍ୱଳ୍ପ ହେବ । ସୁଖ ମିଳିବ । ସମ୍ମାନିତ ହୋଇପାରନ୍ତି । ଚରିତ୍ରବାନ ହେବେ । ସୁଲଭ ଖାଦ୍ୟ ମିଳିବ । ସାମାଜିକ ଗୌରବ ଲାଭ କରିବେ । ଚିନ୍ତାଧାରା ମହତ ହେବ । ବନ୍ଧୁ ବତ୍ସଳ ହେବେ । ସିଂହ: ଭ୍ରାତୃ ବିବାଦର ସମାଧାନ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟୟାଧିକ ହେବ । ଥଣ୍ଡା ରୋଗରେ ପୀଡ଼ିତ ହେବେ । ଚଞ୍ଚଳ ସ୍ୱଭାବର ହେବେ । ବିବାଦ ଏଡ଼ାଇ ଯିବେ । କନ୍ୟା: ଅଟକ ଥିବା କାର୍ଯ୍ୟରେ ଆଗେଇ ପାରନ୍ତି । ଆୟ ଆଶାନୁରୂପ ହେଉଥିବା ବେଳେ ବ୍ୟୟ ଅଧିକତର ହେବ । ଜୀବନ ମଙ୍ଗଳମୟ ହେବ । ନୀରୋଗ ରହିପାରନ୍ତି । ଜନ ସାଧାରଣଙ୍କ ଠାରୁ ଆଦର ମିଳିବ । ତୁଳା: ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । କୀର୍ତ୍ତିମାନ ହେବେ । ନୀରୋଗ ଶରୀର ଓ ପ୍ରସନ୍ନ ଚିତ୍ତ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ମହିଳାଙ୍କ ଶୃଙ୍ଗାର ଦ୍ରବ୍ୟ ବ୍ୟବସାୟ ଲାଭଜନକ ହେବ । ବିଛା: ନିଜକାର୍ଯ୍ୟକୁ ପଛରେ ପକାଇ ପରପାଇଁ କାର୍ଯ୍ୟ କରିପାରନ୍ତି । ସୌଭାଗ୍ୟଶାଳୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି । ସାମାନ୍ୟ ପରିମାଣ ଅର୍ଥ ମିଳିବ । ଧନୁ: ଦେବ ଦର୍ଶନ କରିବାର ସୁଯୋଗ ପାଇବେ । ଦ୍ରବ୍ୟ ନଷ୍ଟ ହୋଇପାରେ । ରୋକଠୋକ୍‌ କଥାକହି ଅସାମାଜିକ ବ୍ୟକ୍ତିଙ୍କ ବିରୋଧୀ ହୋଇପାରନ୍ତି । ଭାଗ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ମକର: ପରିସ୍ଥିିତି ଲାଭପ୍ରଦ ହୋଇପାରେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପତ୍ନୀଙ୍କ ଇଙ୍ଗିତ ବିନା କୌଣସି କାର୍ଯ୍ୟ କରିବା ଆପଣଙ୍କ ପକ୍ଷେ ଅସମ୍ଭବ ହେବ । ଧୈର୍ଯ୍ୟ ଧରି କାର୍ଯ୍ୟ କରିବେ । ବିବାହ ବିଳମ୍ବ ହେବାର ସୂଚନା ମିଳୁଛି । କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଥଣ୍ଡା କଫରେ ପୀଡ଼ା ଅନୁଭବ କରିବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ କୃପା ଦୃଷ୍ଟିରେ ରହିବେ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ମୀନ: ଭୋଜନାଦିରେ ତୃପ୍ତିଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଚଞ୍ଚଳ ପ୍ରକୃତିର ହେବେ । ପତ୍ନୀ ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ହଠାତ୍‌ ସାମାନ୍ୟ ପରିମାଣର ଅର୍ଥ ମିଳିପାରେ । ସେୟାର ମାର୍କେଟରୁ ଲାଭ ମିଳିବ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ