ଗଙ୍ଗା-ଯମୁନାଙ୍କର କରାଗଲା ଏମଆରଆଇ

ଗଙ୍ଗା-ଯମୁନାଙ୍କର କରାଗଲା ଏମଆରଆଇ

Copy Editor AH | Published On: Dec 07, 2017 11:25 PM IST |   235

କଟକସିଟି : ସର୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ଚିକିତ୍ସାଳୟ (ଶିଶୁଭବନ)ରେ ଚିକିତ୍ସାଧୀନ ନୟାଗଡ଼ର ଯୋଡା ଶିଶୁ ଗଙ୍ଗା-ଯମୁନାଙ୍କର ଗୁରୁବାର ଏମଆରଆଇ କରାଯାଇଛି। ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ଶିଶୁଦ୍ୱୟଙ୍କୁ ପୂର୍ବାହ୍ଣରେ ଏସସିବି ନିଆଯାଇ ଏମଆରଆଇ ପରୀକ୍ଷା କରାଯାଇଥିଲା। ପୂର୍ବରୁ ସେମାନଙ୍କର ସିଟି ସ୍କାନ, ଅଲଟ୍ରାସାଉଣ୍ଡ କରାଯାଇଥିଲା। ଏହି ପରୀକ୍ଷା ପରେ ଶିଶୁଦ୍ୱୟଙ୍କର ଗୋଟିଏ ହୃତପିଣ୍ଡ ଓ ଯକୃତ ରହିଥିବା ଜଣାପଡିଥିଲା। ସେମାନଙ୍କର ଆଉ କେଉଁ ଅଙ୍ଗ ଯୋଡ଼ି ହୋଇରହିଛି; ତାହାର ସ୍ପଷ୍ଟ ଚିତ୍ର ଜାଣିବା ନେଇ ଏମଆରଆଇ କରାଯାଇଛି। ଏହି ରିପୋର୍ଟ ଆସିବା ପରେ କେଉଁ ପ୍ରକାର ଚିକିତ୍ସା କରାଯିବ ସେ ବିଷୟରେ ଡାକ୍ତରୀ ଦଳ ନିଷ୍ପତ୍ତି ନେବେ ବୋଲି ଅଧୀକ୍ଷକ ଡ. ସରୋଜ ଶତପଥୀ କହିଛନ୍ତି। ଇତିମଧ୍ୟରେ ଶିଶୁଦ୍ୱୟଙ୍କୁ ଡବା କ୍ଷୀର ପିଇବା ପାଇଁ ଦିଆଯାଉଛି। ପ୍ରଥମେ ଯମୁନାକୁ କ୍ଷୀର ପିଇବାକୁ ଦିଆଯାଇଥିଲା। ଏବେ ଦୁଇଜଣଙ୍କୁ ଅଳ୍ପ ପରିମାଣର କ୍ଷୀର ଦିଆଯାଉଛି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ