ମୋଦି କେବଳ ଭୋଟ ରାଜନୀତି ପାଇଁ ଚନ୍ତିତ : କପିଲ ସିବଲ

ମୋଦି କେବଳ ଭୋଟ ରାଜନୀତି ପାଇଁ ଚନ୍ତିତ : କପିଲ ସିବଲ

Copy Editor RKD | Published On: Dec 07, 2017 11:21 PM IST | Updated On: Dec 07, 2017 11:23 PM IST |   416

ନୂଆଦିଲ୍ଲୀ : ଦେଶର ଭବିଷ୍ୟତ ନୁହେଁ କେବଳ ଭୋଟ ରାଜନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତିତ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ଅଭିଯୋଗ କରିଛନ୍ତି । ତଥ୍ୟକୁ ଅନୁଧ୍ୟାନ ନକରି ମୋଦି ବିଭିନ୍ନ ଟିପ୍ପଣୀ ଦେଉଛନ୍ତି ବୋଲି କପିଲ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଅଯୋଧ୍ୟାସ୍ଥିତ ରାମମନ୍ଦିର-ବାବ୍ରି ମସଜିଦ୍‌ ବିବାଦରେ ମୋଦି କହିଥିଲେ ଯେ କପିଲ ସିବଲ ସୁନ୍ନି ୱାକଫ ବୋର୍ଡ ପାଇଁ ସୁପ୍ରିମକୋର୍ଟରେ ମାମଲା ଲଢୁଛନ୍ତି । ଭବିଷ୍ୟତରେ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ତଥ୍ୟକୁ ସଠିକ ଭାବେ ମୋଦି ଅନୁଧ୍ୟାନ କରିନିଅନ୍ତୁ ଓ ସତର୍କତା ଅବଲମ୍ବନ କରନ୍ତୁ ବୋଲି କପିଲ ଯୁକ୍ତି ଉପସ୍ଥାପନ କରିଛନ୍ତି । କପିଲ କହିଛନ୍ତି ଯେ ସେ ସୁନ୍ନି ୱାକଫ ବୋର୍ଡ ପାଇଁ ନୁହେଁ ବରଂ ମୋହଦଇକବାଲ ଅନସାରୀଙ୍କ ପାଇଁ ପକ୍ଷ ରଖିଥିଲେ । ଭବିଷ୍ୟତ କଥା ଚିନ୍ତା ନକରି କେବଳ ଭୋଟ ରାଜନୀତି ପାଇଁ ଚିନ୍ତା କରୁଥିବା ପ୍ରଧାନମନ୍ତ୍ରୀ ପାଇଁ ସେ ଦୁଃଖ ଅନୁଭବ କରୁଛନ୍ତି ବୋଲି କପିଲ କହିଥିଲେ । ଦେଶକୁ ବିଭକ୍ତ ନକରି ଏକାଠି କରିବାକୁ କପିଲ ଆହ୍ୱାନ ଦେଇଥିଲେ । ଏହାସହ କପିଲ କହିଥିଲେ ଯେ ଜଣେ ଆଇନଜୀବୀ ଭାବେ କୋର୍ଟରେ ମାମଲା ଲଢିବା ମୋର ଅଧିକାର । ମହକିଲ ପାଇଁ କୋର୍ଟରେ ଜଣେ ଆଇନଜୀବୀ ହାଜର ହୋଇ ଯୁକ୍ତି ଉପସ୍ଥାପନ କରିବାକୁ ଜାତୀୟ ପ୍ରସଙ୍ଗ କରାଯିବା ଏକ ଦୁର୍ଭାଗ୍ୟଜନକ କଥା । ଦେଶ କୌଣସି ବପଦଜନକ ସ୍ଥିତିରେ ଗତିକରୁନାହିଁ ବରଂ ବିମୁଦ୍ରାୟନ ଓ ଜିଏସ୍‌ଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି, ଲୋକେ ଚାକିରି ହରାଇଛନ୍ତି, ଜୀବନ ଜୀବିକା ହରାଇଛନ୍ତି ଓ ଏହା ଦେଶର ବ୍ୟବସାୟକୁ ନଷ୍ଟ କରିଦେଇଛି । ଦେଶରେ ଚାଷୀ ଆତ୍ମହତ୍ୟା କରୁଛି, ରପ୍ତାନୀ ହ୍ରାସ ପାଉଛି, ଯୁବକ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି, ବୟନଶିଳ୍ପ କାରିଗର ହାତରେ ଏବେ କାମ ନାହିଁ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବି ତର୍ଦୁପ ରହିଛି । ଏଭଳି ଜାତୀୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କପିଲ କହିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ