ଗୁଜରାଟ ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ

ଗୁଜରାଟ ନିର୍ବାଚନ ; ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ

Copy Editor AH | Published On: Dec 07, 2017 11:17 PM IST | Updated On: Dec 07, 2017 11:26 PM IST |   374

ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଡିସେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ୧୮୨ ଆସନରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟ ଭୋଟ ପାଇଁ ୨୪, ୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ ୯୭୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ ୫୭ଜଣ ମହିଳା ଅଛନ୍ତି। ନିର୍ବାଚନ ହେବାକୁ ପ୍ରମୁଖ ଅଞ୍ଚଳ ମଧ୍ୟରେ ରାଜକୋଟ, ଜୁନାଗଡ, ଆମରେଲି, ମୋର୍ବି, କଚ୍ଛ ଓ ସୁରେନ୍ଦ୍ରନଗର ରହିଛି। ନିର୍ବାଚନ ପ୍ରଚାର ଶେଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ନିଜ ଦଳ ପାଇଁ ବ୍ୟାପକ ପ୍ରଚାର କରିଛନ୍ତି । ମୋଦି ପ୍ରାୟ ୧୪ଟି ରାଲିରେ ଉଦ୍‌ବୋଧନ ଦେଇଥିବାବେଳେ ରାହୁଲ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରେ ୭ଦିନ କାଳ ଡେରା ପକାଇଥିଲେ। ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଡିସେମ୍ବର ୧୮ରେ ଭୋଟ ଗଣତି ହେବ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ