ଲକ୍ଷାଦ୍ୱୀପରେ ପହଞ୍ଚିଲା ରିଲିଫ ସାମଗ୍ରୀ

ଲକ୍ଷାଦ୍ୱୀପରେ ପହଞ୍ଚିଲା ରିଲିଫ ସାମଗ୍ରୀ

Copy Editor RKD | Published On: Dec 07, 2017 10:59 PM IST |   323

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ‘ଆଖି’ ଦ୍ୱାରା କ୍ଷତିଗ୍ରସ୍ତ ଲାକ୍ଷାଦ୍ୱୀପରେ ନୌସେନାରେ ଆଉ ଏକ ରିଲିଫ ସାମଗ୍ରୀ ବୋଝେଇ ଜାହାଜ ପହଞ୍ଚିଛି । ଲକ୍ଷାଦ୍ୱୀପରେ ଭାରତୀୟ ନୌସେନା ପକ୍ଷରୁ ପ୍ରାୟ ୫ ଦିନ ହେବ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଦକ୍ଷିଣ ଆରବସାଗରରେ ସନ୍ଧାନ ଅଭିଯାନ ଜାରି ରହିଛି । ଏହି ସନ୍ଧାନି ଅଭିଯାନରେ ୪ଟି ପର୍ଯ୍ୟବେକ୍ଷଣ ଓ ଡ୍ରୋନ ବିମାନ ନିୟୋଜିତ ଅଛନ୍ତି । ଆଇଏନ୍‌ଏସ୍‌ ଜମୁନା ୧୨,୦୦୦ ଲିଟର ପାନୀୟ ଜଳ ଯୋଗାଇ ଦେଇଛି । ଲକ୍ଷାଦ୍ୱୀପ ଅଞ୍ଚଳରେ ଝଡ଼ରେ କ୍ଷତିଗ୍ରସ୍ତ ଯନ୍ତ୍ରପାତି ଓ ପ୍ରାସାଦ, ରାସ୍ତା ମରାମତି କାର୍ଯ୍ୟ ଚାଲିଛି । ଆଇଏନ୍‌ଏସ୍‌ ଜମୁନା ଆଉ ୫ ଦିନ ପର୍ଯ୍ୟନ୍ତ ଲକ୍ଷାଦ୍ୱୀପରେ ପାନୀୟ ଜଳ ଯୋଗାଇବ ବୋଲି ସୂଚନା ମିଳିଛି । ଆଜି ସକାଳେ ଆଇଏନ୍‌ଏସ୍‌ ଶାରଦା ରିଲିଫ ସାମଗ୍ରୀ ନେଇ ଲକ୍ଷାଦ୍ୱୀପରେ ପହଞ୍ଚିଛି । ଏଥିରେ ଔଷଧ, ବସ୍ତ୍ର, ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳ ପ୍ୟାକେଟ ରହିଛି । ଏହାସହ ପେଟ୍ରୋଲ, ଡିଜେଲ, ଜରୁରୀକାଳୀନ ଲାଇଟ ନେଇ ଆଉ ଏକ ଜାହାଜ ବି ଲକ୍ଷାଦ୍ୱୀପ ଅଭିମୁଖେ ଯାତ୍ରା କରିଥିବା ସୂଚନା ଦିଆଯାଇଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ