ସିଙ୍ଗଲ୍‌ସ ମାନ୍ୟତାର ୪ର୍ଥ ସ୍ଥାନରେ ଶ୍ରୀକାନ୍ତ

ସିଙ୍ଗଲ୍‌ସ ମାନ୍ୟତାର ୪ର୍ଥ ସ୍ଥାନରେ ଶ୍ରୀକାନ୍ତ

Copy Editor AH | Published On: Dec 07, 2017 10:55 PM IST |   156

ନୂଆଦିଲ୍ଲୀ : ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତ ବିଶ୍ୱ ବ୍ୟାଡମିଣ୍ଟନ୍‌ ଫେଡେରେସନ୍‌ ତରଫରୁ ପ୍ରକାଶିତ ପୁରୁଷ ସିଙ୍ଗଲ୍‌ସ ମାନ୍ୟତାର ୪ର୍ଥ ସ୍ଥାନରେ ରହିଥିବା ଜଣାପଡ଼ିଛି। ଗୁରୁବାର ପ୍ରକାଶିତ ମାନ୍ୟତା ଅନୁଯାୟୀ ଶ୍ରୀକାନ୍ତ ଗୋଟିଏ ସ୍ଥାନ ଉପରକୁ ଉଠି ମାନ୍ୟତାର ୪ର୍ଥ ସ୍ଥାନରେ ରହିଥିବା ବେଳେ ଯୁବ ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍‌ ମାନ୍ୟତାରେ ୧୯ଟି ସ୍ଥାନ ଉପରକୁ ଉଠି ୮୯ନଂରେ ରହିଛନ୍ତି। ୧୬ ବର୍ଷୀୟ ଲକ୍ଷ୍ୟ ଚଳିତ ସିିଜିନ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ୟୁରେସିଆ ଓପନ ଓ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସିରିଜ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଗତସପ୍ତାହରେ ଖେଳାଯାଉଥିବା ଟାଟା ଓପନ୍‌ରେ ରନର୍ସଅପ୍‌ ହୋଇଥିଲେ। ଆଘାତଜନିତ କାରଣରୁ ଶ୍ରୀକାନ୍ତ ଚୀନ୍‌ ଓ ହଂକଂ ଓପନରେ ଖେଳିନଥିବା ବେଳେ ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଦୁବାଇ ସୁପର ସିରିଜ୍‌ ଫାଇନାଲ୍‌ରେ ଖେଳିବେ ବୋଲି ଜଣାପଡ଼ିଛି। ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏଚ୍‌ଏସ୍‌ ପ୍ରଣୟ ଓ ବି ସାଇ ପ୍ରଣିତ ପୂର୍ବପରି ମାନ୍ୟତାର ୧୦ ଓ ୧୭ ନଂ ସ୍ଥାନରେ ରହିଛନ୍ତି। ମହିଳା ସିଙ୍ଗଲ୍‌ସ ବିଭାଗରେ ପିଭି ସିନ୍ଧୁ ପୂର୍ବପରି ୩ୟ ଓ ସାଇନା ନେହୱାଲ୍‌ ୧୦ମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ରିତୁପୂର୍ଣ୍ଣା ଦାସ ୩ଟି ସ୍ଥାନ ଉପରକୁ ଉଠି ୪୯ନଂ ସ୍ଥାନରେ ରହିଛନ୍ତି। ମିକ୍‌ସଡ ଡବଲ୍‌ସ ବିଭାଗରେ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି ରେଡ୍ଡି ଯୋଡ଼ି ୧୯ତମ ସ୍ଥାନରେ ରହିଛନ୍ତି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ