ହକି ବିଶ୍ୱ ଲିଗ୍‌ରେ କ୍ୱାଟର ଫାଇନାଲର ୨ଟି ମ୍ୟାଚରେ ଜର୍ମାନ ଓ ଆର୍ଜେଣ୍ଟିନା ବିଜୟୀ

.

Published On: Dec 07, 2017 10:20 PM IST | Updated On: Dec 07, 2017 10:37 PM IST |   165

 ଭୁବନେଶ୍ୱର: ହକି ବିଶ୍ୱ ଲିଗର ୨ଟି କ୍ୱାଟର ଫାଇାଲ ମ୍ୟାଚରେ  ଆର୍ଜେଣ୍ଟିନା ଓ ଜର୍ମାନ ବିଜୟୀ ହୋଇଛନ୍ତି ।  ପ୍ରଥମ ମ୍ୟାଚ ଭୁବନେଶ୍ୱର କଳିଙ୍କ ଷ୍ଟାଡିୟମରେ ଅପରାହ୍ଣ ୫ଟା ୧୫ ସମୟରେ ଆରମ୍ଭ ହୋଇଥିଲା। ଏହି ମ୍ୟାଚ ଆର୍ଜେଣ୍ଟିନା ଓ  ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମ୍ୟାଚର ଆରମ୍ଭରୁ ଆର୍ଜେଣ୍ଟିନାର ଖେଳାଳୀମାନେ ବେଶ ଭଲ ଖେଳର ପ୍ରଦର୍ଶନ କରିଥିଲେ। ମ୍ୟାଚର ୨୧ ମନିଟରେ ଆର୍ଜେଣ୍ଟିନାର ଲୁକାସ ଭିଲା ପ୍ରଥମ ଗୋଲ ଦେଇଥିଲେ। ଏହାପରେ ୨୯ ମିନଟରେ ଆର୍ଜେଣ୍ଟିନାର ମାଟିଆସ୍‌ ପାରାଡେଜ୍‌ ଦ୍ୱିତୀୟ ଗୋଲ ଦେଇଥିଲେ। ପରେ ଇଂଲଣ୍ଡର ଡେଭିଡ ଗୋଟିଏ ଗୋଲ ଦେଇଥିଲେ। ପରେ ଆର୍ଜେଣ୍ଟିନା ଜୁଆନ ଗିଲାର୍ଡି ଦଳପାଇଁ ତୃତୀୟ ଗୋଲ ଦେଇଥିଲେଯ ଖେଳର ଶେଷ ବେଳକୁ ଇଂଲଣ୍ଡର ଆଡାମ ଡିକ୍ସନ ଗୋଲ ଦେଇଥିଲେ । ଏହି ମ୍ୟାଚକୁ ୩-୨ରେ ଜିତି ଆର୍ଜେଣ୍ଟିନା ସେମିଫାଇନାଲ ପାଇଁ ନିଜର ସ୍ଥାନ ସୁରକ୍ଷିତ ରଖିଛି।

ଏହା ପରେ ମ୍ୟାଚ ସନ୍ଧ୍ୟା ସମୟରେ  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏହା ଜର୍ମାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳ ରେ ଉଭୟ ଦଳ ୩-୩ ଗୋଲ ଦେଇଥିଲେ। ପରେ ସୁଟଆଉଟରେ ଖେଳର ମୀମାଂସା ହୋଇଥିଲା।

ଖେଳବେଳେ ଜର୍ମାନ ପକ୍ଷରୁ ଜୁଲଅସ,ଫ୍ଲୋରିଆନ ଓ କନଷ୍ଟାନିଟିନ ଗୋଲ ଦେଇଥିଲେ। ଶେଷ ବେଳ ଜର୍ମାନ ୩-୨ ଆଗୁଆ ଥିବା ବେଳେ ଖେଳର ଶେଷ ମିନିଟ ବେଳକୁ ନେଦର ଲ୍ୟାଣ୍ଡର ମିରକୋ ଏକ ଗୋଲ ଦେଇଥିଲେ। ଏହା ପୂର୍ବରୁ  ନେଦର ଲ୍ୟାଣ୍ଡର ମିକ୍ରୋ  ଆଉ ଏକ ଦେଇଥିଲେ । ବଜୋର୍ଣ୍ଣ ବି ଏକ ଗୋଲ ଦେଇଥିଲେ । ୩-୩ରେ ମ୍ୟାଚ ଅମୀମାସିଂତ ରହିବାରୁ ପେନାଲଟି ସୁଟ ଆଉଟ ହେଇଥିଲା।

ସୁଟ ଆଉଟରେ ଜର୍ମାନ ୪ଟି ଗୋଲ ଦେଇଥିବା ବେଳେ ନେଦରଲ୍ୟାଣ୍ଡ ୩ ଟି ଗୋଲ ଦେଇଥିଲା। ଜର୍ମାନର ମ୍ୟାଟସ୍‌, ମାରକୋ, ଡାଏଟର, ଓ ମାର୍କୋ ଦଳ ପାଇଁ ଗୋଲ  ଦେଇଥିଲେ।

ସେହିପରି ନେଦରଲ୍ୟାଣ୍ଡ ପକ୍ଷରୁ  ମିରକୋ, , ସେଭେ, ବଜୋର୍ଣ୍ଣ ସୁଟ ଆଉଟରେ ଗୋଲ ଦେଇଥିଲେ।

 

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ