ବିବାହ ପରେ ମହିଳାଙ୍କ ଧର୍ମ ପରିବର୍ତ୍ତନ ଆଇନତଃ ଅନୁମୋଦିତ ନୁହେଁ: ସୁପ୍ରିମକୋର୍ଟ

ବିବାହ ପରେ ମହିଳାଙ୍କ ଧର୍ମ ପରିବର୍ତ୍ତନ ଆଇନତଃ ଅନୁମୋଦିତ ନୁହେଁ: ସୁପ୍ରିମକୋର୍ଟ

Copy Editor RKD | Published On: Dec 07, 2017 09:32 PM IST |   287

ନୂଆଦିଲ୍ଲୀ : ବିବାହ ପରେ ସ୍ୱାମୀଙ୍କ ଧାର୍ମିକ ବିଶ୍ୱାସକୁ ଗ୍ରହଣ କରିବା ପତ୍ନୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ସମ୍ବିଧାନର କୌଣସି ଆଇନ ଏହାକୁ ଅନୁମୋଦନ କରେ ନାହିଁ ବୋଲି ଗୁରୁବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ପୀଠ କହିଛନ୍ତି । ଜନୈକ ପାର୍ସି ମହିଳା ଅନ୍ୟ ଧର୍ମର ପୁରୁଷଙ୍କୁ ବିବାହ ଦ୍ୱାରା ସେ ତାଙ୍କର ଧାର୍ମିକ ପରିଚୟ ହରାଇବେ କି ବୋଲି ଉଠିଥିବା ନ୍ୟାୟିକ ପ୍ରଶ୍ନର ବିଚାର କାଳରେ ସୁପ୍ରିମକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଆନ୍ତଃ ଧର୍ମ ବିବାହ କ୍ଷେତ୍ରରେ ପତି ଓ ପତ୍ନୀ ନିଜ ନିଜର ଧାର୍ମିକ ବିଶ୍ୱାସକୁ ଜାରି ରଖିପାରିବେ । ସ୍ୱତନ୍ତ୍ର ବିବାହ ଆଇନରେ ଏପରି ବ୍ୟବସ୍ଥା ରହିଛି । ଗୋଲରୋଖ ଏମ୍‌ ଗୁପ୍ତା ନାମକ ପାର୍ସି ମହିଳା ହିନ୍ଦୁ ଯୁବକଙ୍କୁ ବିବାହ କରିଥିଲେ । ହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ଗୁପ୍ତା ପାରମ୍ପରିକ ଆଇନ ଆଧାରରେ ସ୍ୱତଃ ହିନ୍ଦୁ ଧର୍ମକୁ ଧର୍ମାନ୍ତରିତ ହୋଇଥିବା ନେଇ ନିର୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏପରି ରାୟକୁ ଗୁପ୍ତା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ହିନ୍ଦୁ ଯୁବକଙ୍କୁ ବିବାହ ପୂର୍ବକ ନିଜର ଧାର୍ମିକ ବିଶ୍ୱାସ ହରାଇଥିବା ଦୃଷ୍ଟିରୁ ଗୁପ୍ତାଙ୍କୁ ତାଙ୍କ ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବାକୁ ଅନୁମତି ମିଳି ନ ଥିଲା । ଏବେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଗୁପ୍ତାଙ୍କୁ ତାଙ୍କ ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ ଲାଗି ଆବଶ୍ୟକ ଅନୁମତି ଦେବାକୁ ଭାଲସାଦ ପାର୍ସି ଟ୍ରଷ୍ଟକୁ କୁହାଯାଇଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ