ଭାରତର ଏନଏସଜି ସଦସ୍ୟତା ପ୍ରତି ଚୀନର ଆଭିମୁଖ୍ୟ ବଦଳିନାହିଁ

ଭାରତର ଏନଏସଜି ସଦସ୍ୟତା ପ୍ରତି ଚୀନର ଆଭିମୁଖ୍ୟ ବଦଳିନାହିଁ

Copy Editor RKD | Published On: Dec 07, 2017 09:27 PM IST |   411

ବେଜିଂ : ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି)ରେ ସଦସ୍ୟତା ହାସଲ ଲାଗି ଭାରତ ଉଦ୍ୟମ ଅବ୍ୟାହତ ରଖିଥିବାବେଳେ ଚୀନ ଏଥିରେ ପୂର୍ବପରି ପ୍ରତିବନ୍ଧକ ସାଜିଛି । ଗୁରୁବାର ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଜେଙ୍ଗ ସୁଆଙ୍ଗ କହିଛନ୍ତି ଭାରତର ଏନଏସଜି ସଦସ୍ୟତାକୁ ନେଇ ବେଜିଂ ତାର ପୂର୍ବ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବ ନାହିଁ । ଏନଏସଜିରେ ନୂଆ ସଦସ୍ୟ ସାମିଲ ଲାଗି ରହିଥିବା ସର୍ବସମ୍ମତି ନିୟମକୁ ଚୀନ ପୂର୍ବପରି ଗୁରୁତ୍ୱ ଦେବ । ଏହା ପୂର୍ବରୁ ବୁଧବାର ରୁଷ ଭାରତର ଏହି ସଦସ୍ୟତାକୁ ଦୃଢ ସମର୍ଥନ ଜଣାଇଥିଲା । ରୁଷ ବୈଦେଶିକ ମନ୍ତ୍ରଣାଳୟ ଉପମନ୍ତ୍ରୀ ସେର୍ଗେ ରେବକୋଭ କହିଥିଲେ ଯେ ଭାରତର ଏନଏସଜି ସଦସ୍ୟତା ପ୍ରସଙ୍ଗରେ ଚୀନକୁ ମନାଇବା ଲାଗି କଥାବାର୍ତ୍ତା ଚାଲିଛି । ଆନ୍ତର୍ଜାତିକ ସ୍ତରରେ ପରମାଣୁ ବ୍ୟବସାୟ ପାଇଁ ଭାରତକୁ ଏନଏସଜିର ସଦସ୍ୟତା ଜରୁରୀ । ୪୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଥିବାବେଳେ ନୂଆ ସଦସ୍ୟତା ପାଇଁ ସମସ୍ତଙ୍କ ସମର୍ଥନ ଜରୁରୀ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ