୨୦୧୯ରୁ ବିଦ୍ୟୁତ୍‌ କାଟ୍‌ କଲେ ଅପରାଧ

୨୦୧୯ରୁ ବିଦ୍ୟୁତ୍‌ କାଟ୍‌ କଲେ ଅପରାଧ

Copy Editor RKD | Published On: Dec 07, 2017 09:19 PM IST | Updated On: Dec 07, 2017 09:21 PM IST |   1147

ନୂଆଦିଲ୍ଲୀ : ବାରମ୍ବାର ବିଦ୍ୟୁତ୍‌ କାଟକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ବିଦ୍ୟୁତ ଉତ୍ପାଦନ ପରେ ବି ବିଭିନ୍ନ ସହର ଓ ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଅଘୋଷିତ ଓ ଅନାବଶ୍ୟକ ବିଦ୍ୟୁତ୍‌ କାଟ କଲେ ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀଗୁଡ଼ିକୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ନୂତନ ନିୟମ ଅଣାଯିବ ଓ ଅନାବଶ୍ୟକ ବିଦ୍ୟୁତ୍‌ କାଟ କଲେ ବିତରଣକାରୀ କମ୍ପାନୀଗୁଡ଼ିକୁ ଜୋରିମାନା କରାଯିବ ବୋଲି ଗୁରୁବାର କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ ସୂଚନା ଦେଇଛନ୍ତି । ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶକ୍ତିମନ୍ତ୍ରୀ କହିଥିଲେ ଯେ ସବୁ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅନୁସାରେ ଏହି ଆଇନ ପ୍ରସ୍ତୁତ କରାଯିବ । ୨୦୧୯ ମାର୍ଚ୍ଚରୁ ଏହି ଆଇନ ଲାଗୁ କରାଯିବ । ଲୋକଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଇଦେବା ପାଇଁ ସରକାର ଏକ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ବୋଲି ଶକ୍ତିମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି । ଅର୍ଥାତ ୨୦୧୯ ମାର୍ଚ୍ଚଠାରୁ ଅନାବଶ୍ୟକ ବିଦ୍ୟୁତ୍‌ କାଟ୍‌ ହେଲେ ବିତରଣ କମ୍ପାନୀଗୁଡ଼ିକୁ ଜୋରିମାନା ଦେବାକୁ ପଡ଼ିବ । ତେବେ ଏଥିରେ ଯାନ୍ତ୍ରିକ ତ୍ରୁଟିକୁ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ବିଦ୍ୟୁତ୍‌ ଆଇନ ୨୦୦୩ ନିୟମକୁ ସଂଶୋଧିତ କରାଯାଇ ଏହି ପ୍ରାବଧାନ ଲାଗୁ କରାଯିବ ବୋଲି କୁହାଯାଉଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ