ପଦ୍ମାବତୀର ଭାଗ୍ୟ ନିର୍ଣ୍ଣୟ କରିବେ ଐତିହାସିକ

ପଦ୍ମାବତୀର ଭାଗ୍ୟ ନିର୍ଣ୍ଣୟ କରିବେ ଐତିହାସିକ

Copy Editor RKD | Published On: Dec 07, 2017 08:39 PM IST |   212

ନୂଆଦିଲ୍ଲୀ : ଐତିହାସିକମାନଙ୍କ ଏକ ଟିମ୍‌ ଚଳଚ୍ଚିତ୍ର ‘ପଦ୍ମାବତୀ’ର ଭାଗ୍ୟ ନିର୍ଦ୍ଧାରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବିଶିଷ୍ଟ ଐତିହାସିକମାନଙ୍କର ତାଲିକା ଲୋଡାଯାଇଛି । ଏହି ଐତିହାସିକମାନଙ୍କୁ ନେଇ ଏକ ଦଳ ଗଠନ କରାଯିବ । ଏହି ଦଳ ପଦ୍ମାବତୀ ସିନେମା ଦେଖି ଏହାର ବିଷୟବସ୍ତୁ ଉପରେ ମତ ପ୍ରକାଶ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଇତିମଧ୍ୟରେ ଇଂଲଣ୍ଡରେ ପ୍ରଦର୍ଶନ ଲାଗି ଫିଲ୍ମଟିକୁ ବ୍ରିଟିଶ ସେନ୍‌ସର ବୋର୍ଡ ପକ୍ଷରୁ ଅନୁମତି ମିଳିଥିବା ବେଳେ ଭାରତରେ ମୁକ୍ତିଲାଭ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାଟିଫିକେଶନ୍‌ (ସିବିଏଫ୍‌ସି) ଏଯାଏଁ ଏହାକୁ ସ୍ୱୀକୃତି ଦେଇ ନାହିଁ । ଏପରିକି ସିବିଏଫ୍‌ସି ଏପର୍ଯ୍ୟନ୍ତ ଚଳଚ୍ଚିତ୍ରଟିକୁ ଦେଖିନାହିଁ । ମାତ୍ର ଏଥିରେ ନିର୍ମାତା-ନିର୍ଦେଶକ ଇତିହାସକୁ ଧ୍ୱଂସ କରିବାକୁ ଉଦ୍ୟମ କରିଛନ୍ତି କି ନାହିଁ ତାହା ସ୍ଥିର କରିବା ଲାଗି ଐତିହାସିକମାନଙ୍କର ଏକ ଦଳ ଗଠନ କରିବା ନିମନ୍ତେ ସେନସର ବୋର୍ଡ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିଲା । ଐତିହାସିକମାନେ ଏହାର ବିଷୟବସ୍ତୁକୁ ସ୍ୱୀକୃତି ପ୍ରଦାନ ନ କରିବା ପର୍ଯ୍ୟନ୍ତ ସିନେମାଟି ମୁକ୍ତିଲାଭ କରିବ ନାହିଁ ବୋଲି ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଯୋଶୀ ୩୦ ତାରିଖରେ ସଂସଦୀୟ କମିଟିକୁ ଅବଗତ କରିଥିଲେ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ