କୋର୍ଟରେ ହାଜର ହେଲେ ହନିପ୍ରୀତ

କୋର୍ଟରେ ହାଜର ହେଲେ ହନିପ୍ରୀତ

Copy Editor RKD | Published On: Dec 07, 2017 08:38 PM IST |   300

ପଞ୍ଚକୁଳା : ଡେରା ସଚ୍ଚା ସୌଦାର ମୁଖ୍ୟ ରାମରହିମ ଇନ୍‌ସାନଙ୍କ ତଥାକଥିତ ପୋଷ୍ୟ କନ୍ୟା ହନିପ୍ରୀତଙ୍କୁ ଗୁରୁବାର ପଞ୍ଚକୁଳା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଛି । ଏଥିସହ ତାଙ୍କ ବିରୋଧରେ ଏକ ଅଭିଯୋଗଫର୍ଦ ମଧ୍ୟ ଦାଖଲ କରାଯାଇଛି । ଏଥିରେ ହନିପ୍ରୀତଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ଅଭିଯୁକ୍ତ କରାଯାଇଛି । ଏହି ଅଭିଯୁକ୍ତମାନଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ରାମରହିମଙ୍କ ବିରୋଧରେ ଏକ ବଳାକ୍ରାର ମାମଲାରେ ରାୟ ପ୍ରକାଶ ପାଇବା ପରେ ପଞ୍ଚକୁଳାରେ ହୋଇଥିବା ହିଂସା ପାଇଁ ହନିପ୍ରୀତଙ୍କୁ ଅଭିଯୁକ୍ତ କରାଯାଇଛି । ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ମଧ୍ୟ ଆଗତ ହୋଇଛି । ୧୨୦୦ ପୃଷ୍ଠା ସମ୍ବଳିତ ଏହି ଅଭିଯୋଗଫର୍ଦକୁ ସିବିଆଇର ସ୍ୱତନ୍ତ୍ର ତଦନ୍ତକାରୀ ଦଳ କୋର୍ଟରେ ଉପସ୍ଥାପନ କରିଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ୧୧ ତାରିଖରେ ହେବ । ଅଗଷ୍ଟ ୨୫ରେ ପଞ୍ଚକୁଳାରେ ସଂଘଟିତ ହିଂସାକାଣ୍ଡର ୩୮ ଦିନ ପର୍ଯ୍ୟନ୍ତ ଲୁଚି ରହିବା ପରେ ଅକ୍ଟୋବର ୩ରେ ହନିପ୍ରୀତ ଓରଫ ପ୍ରିୟଙ୍କା ତନେଜାଙ୍କୁ ଗିରଫ କରାଯାଇଥିଲା । ଅକ୍ଟୋବର ୨୩ରୁ ସେ ଅମ୍ବାଲା କାରାଗାରରେ ବନ୍ଦୀ ଅଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ