ବି. ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ବି. ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

Copy Editor RKD | Published On: Dec 07, 2017 08:37 PM IST |   138

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଗୁରୁବାର ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି । ସାମାଜିକ ଏବଂ ଅର୍ଥନୈତିକ ବିଷୟବସ୍ତୁ ଉପରେ ଗବେଷଣା ଦିଗରେ ଏହି ସଂସ୍ଥା ସହାୟକ ହେବ । ଏଥିସହ ଡକ୍ଟର ଆମ୍ବେଦକରଙ୍କ ଚିନ୍ତାଧାରାର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି । ଏଥିସହ ଜନପଥଠାରେ ଆମ୍ବେଦକରଙ୍କର ଦୁଇଟି ପ୍ରତିମୂର୍ତ୍ତିକୁ ମୋଦି ଉନ୍ମୋଚନ କରିଛନ୍ତି । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ଗେହଲଟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାମଦାସ ଅଥୱାଲେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ବାବାସାହେବ ଆମ୍ବେଦକରଙ୍କ ସମ୍ପର୍କୀତ ୫ଟି ସ୍ଥାନର ବିକାଶ କରାଯାଇଛି । ଏଥିମଧ୍ୟରେ ନୂଆଦିଲ୍ଲୀ, ମୁମ୍ବଇ, ନାଗପୁର, ମୌ ଏବଂ ଲଣ୍ଡନ ରହିଛି । ଯୁବପିଢି ଏଠାକୁ ଭ୍ରମଣ କରି ବାବାସାହେବ ଆମ୍ବେଦକରଙ୍କ ଦୃଷ୍ଟିକୋଣ ବିଷୟରେ ବିଶେଷ ଜ୍ଞାନ ଆହରଣ କରିପାରିବେ । ସୂଚନାଯୋଗ୍ୟ ଯେ, ନବଉଦ୍‌ଘାଟିତ କେନ୍ଦ୍ରଟିରେ ବୌଦ୍ଧ ଏବଂ ଆଧୁନିକ ସ୍ଥାପତ୍ୟର ମିଶ୍ରଣ ଦେଖିବାକୁ ମିଳିବ । ୨୦୧୫ରେ ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ