ଡା ଭିନ୍‌ସିଙ୍କ ଚିତ୍ର ୪୫୦ ନିୟୁତ ଡଲାର ନିଲାମ

ଡା ଭିନ୍‌ସିଙ୍କ ଚିତ୍ର ୪୫୦ ନିୟୁତ ଡଲାର ନିଲାମ

Copy Editor RKD | Published On: Dec 07, 2017 08:31 PM IST |   289

ଆବୁ ଧାବି : ଇଟାଲୀର ପ୍ରଖ୍ୟାତ ଚିତ୍ରଶିଳ୍ପୀ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଦ୍ୱାରା ଅଙ୍କିତ ‘ସାଲଭାଟୋର ମୁନ୍ଦି’ ଚିତ୍ରକଳାଟି ରେକର୍ଡ ୪୫୦ ନିୟୁତ ଡଲାରରେ ନିଲାମ ହୋଇଛି । ସାଉଦି ଯୁବରାଜ ବଦେର ଏହି ଚିତ୍ରକଳାକୁ କିଣିଥିବାବେଳେ ବର୍ତ୍ତମାନ ଏହା ଆବୁ ଧାବିସ୍ଥିତ ସଂଗ୍ରହାଳୟରେ ସ୍ଥାନିତ ହେବାକୁ ଯାଉଛି । ଆଜକୁ ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ ଡା ଭିନ୍‌ସି ଯୀଶୁଖ୍ରୀଷ୍ଟଙ୍କ ଏହି ଚିତ୍ର ଆଙ୍କିଥିଲେ । ଇସଲାମୀୟ ରାଷ୍ଟ୍ର ସାଉଦି ଆରବରେ ଅନ୍ୟ କୌଣସି ଧର୍ମର ଦେବତାଙ୍କ ପୂଜାପାଠକୁ ସରକାରୀଭାବେ ବାତିଲ କରାଯାଇଥିବାବେଳେ ଯୁବରାଜ ବଦେର ବିନ୍‌ ଅବଦୁଲ୍ଲା ବିନ୍‌ ଫରହାନ୍‌ ଏହି ଚିତ୍ରକଳାକୁ କିଣିଥିବା ଘଟଣା ପାଶ୍ଚାତ୍ୟ ଜଗତରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ତେବେ ଯୁବରାଜ ବଦେର ସାଉଦିର ଭାବୀ ସମ୍ରାଟ ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିବାରୁ ଏହି ପ୍ରସଙ୍ଗରେ କୋହଳ ମନୋଭାବ ପୋଷଣ କରାଯାଇଥିବା ଅନୁମାନ କରାଯାଉଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ