ସେନା ପତାକା ଦିବସ : ଯବାନଙ୍କ ବଳିଦାନକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ସେନା ପତାକା ଦିବସ : ଯବାନଙ୍କ ବଳିଦାନକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Copy Editor RKD | Published On: Dec 07, 2017 08:30 PM IST |   240

ନୂଆଦିଲ୍ଲୀ : ଗୁରୁବାର ଦେଶବ୍ୟାପୀ ସେନା ପତାକା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ରାଜନେତାମାନେ ଯବାନଙ୍କ ବଳିଦାନକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରତିରକ୍ଷା ବାହିନୀ କର୍ମଚାରୀଙ୍କ ବିକାଶ ନିମନ୍ତେ ସହଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରୀୟ ସୈନିକ ବୋର୍ଡ ସମ୍ପାଦକ ବ୍ରିଗେଡିୟର ହାଇଦର ରିଜ୍‌ଭୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପୋଷାକରେ ପତାକା ଦିବସ ଲୋଗୋ ଲଗାଇଥିଲେ । ସୈନିକ ବୋର୍ଡ ୱେବସାଇଟ ଜରିଆରେ ସେନା କଲ୍ୟାଣ ପାଣ୍ଠିକୁ ସ୍ୱତଃପ୍ରବୃତ୍ତଭାବେ ଅନୁଦାନ ପଠାଇବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଦେଶର ଏକତା ଓ ସଂହତିକୁ ଅକ୍ଷୁଣ୍ଣ ରଖିବାକୁ ସୀମାରେ ପ୍ରାଣବଳି ଦେଇଥିବା ଯବାନଙ୍କ ସମ୍ମାନାର୍ଥେ ୧୯୪୯ରୁ ଡିସେମ୍ବର ୭ରେ ସେନା ପତାକା ଦିବସ ପାଳିତ ହୋଇଆସୁଛି । ସାମରିକ ଓ ବେସାମରିକ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁକୁ ଅଧିକ ମଜଭୁତ କରିବା ଲକ୍ଷ୍ୟରେ ଏହି ଦିବସ ପାଳିତ ହୋଇଥାଏ । ଏଥିପାଇଁ ଉଦ୍ଦିଷ୍ଟ କଲ୍ୟାଣ ପାଣ୍ଠିରୁ ପେନସନ ପାଉନଥିବା ସେନାବାହିନୀର ଅବସରପ୍ରାପ୍ତ ଯବାନ, କାର୍ଯ୍ୟରତ ସମୟରେ ବିକଳାଙ୍ଗ ହୋଇଥିବା ଯବାନ, ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ, ପରିବାରକୁ ଆର୍ଥôକ ସହାୟତା ପ୍ରଦାନ କରାଯାଇଥାଏ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ