ଭାରତ-ପାକ୍‌ ସୀମାରୁ ୫ କୋଟିର ହେରୋଇନ ଜବତ

ଭାରତ-ପାକ୍‌ ସୀମାରୁ ୫ କୋଟିର ହେରୋଇନ ଜବତ

Copy Editor RKD | Published On: Dec 07, 2017 08:30 PM IST |   147

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ (ବିଏସଏଫ୍‌) ଯବାନମାନେ ଗୁରୁବାର ପଞ୍ଜାବର ଗୁରୁଦାସପୁର ଜିଲା ନିକଟସ୍ଥ ଭାରତ-ପାକ୍‌ ସୀମାରୁ ୫୫ କିଗ୍ରା ଓଜନର ହେରୋଇନ ଜବତ କରିଛନ୍ତି । ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ବିଏସଏଫ୍‌ ଦଳ ପାଟ୍ରୋଲିଂ କରୁଥିବାବେଳେ ସୀମାରେ ତିନିଜଣ ବ୍ୟକ୍ତି ମୁଣ୍ଡରେ କିଛି ସାମଗ୍ରୀ ରଖି ସନେ୍ଦହଜନକଭାବେ ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରିଥିଲେ । ବିଏସଏଫ୍‌ ଯବାନ ସେମାନଙ୍କର ପିଛା କରିବାପରେ ଦୁବୃର୍ତ୍ତମାନେ ଗୁଳି ଚଳାଇଥିଲେ । ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଆହତ ହେବାସହିତ ସମସ୍ତେ ମୁଣ୍ଡେଇଥିବା ବାକ୍ସଗୁଡିକୁ ଛାଡି ପଳାଇଥିଲେ । ଉକ୍ତ ବାକ୍ସ ମଧ୍ୟରୁ ୫୫ ପ୍ୟାକେଟ ହେରୋଇନ, ଗୋଟିଏ ପ୍ଲାଷ୍ଟିକ ପାଇପ ଓ ଦୁଇଟି ପିସ୍ତଲ ଜବତ କରାଯାଇଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ