ମହୀଶୂର ରାଜପରିବାରର ଉତ୍ତରାଧିକାରୀ ସମସ୍ୟା ତୁଟିଲା

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ରାଣୀ ତ୍ରିଶିକା

Copy Editor RKD | Published On: Dec 07, 2017 08:29 PM IST |   343

ମହୀଶୂର : ମହୀଶୂରର ୱାଡିୟାର ରାଜପରିବାରକୁ ଶେଷରେ ଉତ୍ତରାଧିକାରୀ ମିଳିଛି । ରାଜା ଶ୍ରୀ ଯଦୁବୀର କୃଷ୍ଣଦତ୍ତ ଚାମାରାଜା ୱାଡିୟାରଙ୍କ ପପତ୍ନୀ ତ୍ରିଶିକା ଦେବୀ ବୁଧବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଓ ପୁଅ ସୁସ୍ଥ ଥିବା ଜଣାପଡିଛି । ସୂଚନାଯୋଗ୍ୟ ୬୦୦ ବର୍ଷ ପୁରୁଣା ୱାଡିୟାର ରାଜବଂଶର ଶେଷ ଉତ୍ତରାଧିକାରୀ ଶ୍ରୀକାନ୍ତଦତ୍ତ ନରସିଂହରାଜା ୱାଡିୟାର ଓ ରାଣୀ ପ୍ରମୋଦାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରରୁ ଉତ୍ତରାଧିକାରୀ ସମସ୍ୟା ଜଟିଳ ରୂପ ଧାରଣ କରିଥିଲା । ୨୦୧୫ ଫେବୃଆରୀରେ ରାଜ ଦମ୍ପତି ଯଦୁବୀର ଗୋପାଳ ଉର୍ସଙ୍କୁ ପୋଷ୍ରପୁତ୍ର ଭାବେ ଗ୍ରହଣ କରିଥିଲେ । ଏହାପରେ ତାଙ୍କର ନାମ ଶ୍ରୀ ଯଦୁବୀର କୃଷ୍ଣଦତ୍ତ ଚାମାରାଜା ୱାଡିୟାରକୁ ପରିବର୍ତ୍ତନ କରାଯାଇଥିଲା । ୨୦୧୫ ମେ’ ୨୮ରେ ଯଦୁବୀର ମହୀଶୂରର ୨୭ତମ ରାଜା ଭାବେ ସିଂହାସନ ଆରୋହଣ କରିଥିଲେ । ୨୦୧୬ ଜୁନ ୨୭ରେ ଯଦୁବୀର ରାଜସ୍ଥାନର ଡୁଙ୍ଗରପୁର ରାଜକନ୍ୟା ତ୍ରିଶିକା (ରାଜା ହର୍ଷବର୍ଦ୍ଧନ ଓ ରାଣୀ ମହେଶ୍ରୀ କୁମାରୀଙ୍କ କନ୍ୟା)ଙ୍କୁ ବିବାହ କରିଥିଲେ । ୱାଡିୟାର ରାଜବଂଶ ୧୩୯୯ରୁ ୧୯୪୭ ମସିହା ପର୍ଯ୍ୟନ୍ତ ମହୀଶୂରକୁ ଶାସନ କରିଥିଲେ । ୧୯୫୦ରେ ମହୀଶୂର ରାଜ୍ୟ ଭାରତରେ ସମ୍ମିଶ୍ରଣ ହୋଇଥିବାବେଳେ ସ୍ଥାନୀୟ ଲୋକେ ଏପର୍ଯ୍ୟନ୍ତ ୱାଡିୟାର ରାଜବଂଶ ପ୍ରତି ସମ୍ମାନ ଜଣାଇଆସୁଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ