ଗୁଜରାଟ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ଗୁଜରାଟ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

Copy Editor RKD | Published On: Dec 07, 2017 08:27 PM IST |   153

ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ଡିସେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୮୯ଟି ଆସନରେ ମତଦାନ ହେବ । ଏହି ପର୍ଯ୍ୟାୟ ଭୋଟ ପାଇଁ ୨୪, ୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ୯୭୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିରେ ୫୭ଜଣ ମହିଳା ଅଛନ୍ତି । ନିର୍ବାଚନ ହେବାକୁ ପ୍ରମୁଖ ଅଞ୍ଚଳ ମଧ୍ୟରେ ରାଜକୋଟ, ଜୁନାଗଡ, ଆମରେଲି, ମୋର୍ବି, କଚ୍ଛ ଓ ସୁରେନ୍ଦ୍ରନଗର ରହିଛି । ନିର୍ବାଚନ ପ୍ରଚାର ଶେଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ନିଜ ଦଳ ପାଇଁ ବ୍ୟାପକ ପ୍ରଚାର କରିଛନ୍ତି । ମୋଦି ପ୍ରାୟ ୧୪ଟି ରାଲିରେ ଉଦ୍‌ବୋଧନ ଦେଇଥିବାବେଳେ ରାହୁଲ ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟରେ ୭ଦିନ କାଳ ଡେରା ପକାଇଥିଲେ । ଡିସେମ୍ବର ୧୪ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଡିସେମ୍ବର ୧୮ରେ ଭୋଟ ଗଣତି ହେବ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ