ଏସିଆର ସବୁଠୁ ଆକର୍ଷଣୀୟା ମହିଳା ପ୍ରିୟଙ୍କା ଚୋପ୍ରା

.

Copy Editor RRM | Published On: Dec 07, 2017 08:26 PM IST | Updated On: Dec 07, 2017 08:28 PM IST |   524

ଲଣ୍ଡନ: ଏସିଆର ସବୁଠୁ ଆକର୍ଷଣୀୟା ମହିଳା ତାଲିକାର ଏକ ନମ୍ବର ସ୍ଥାନରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିକଟରେ ବିଶ୍ୱସ୍ତରରେ ଭୋଟିଂ କରାଯାଇ ୩୫ ବର୍ଷୀୟା କ୍ୱାଣ୍ଟିକୋ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଲଣ୍ଡନସ୍ଥିତ ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ପକ୍ଷରୁ ୫୦ ଆକର୍ଷଣୀୟା ଏସିଆ ମହିଳା ଭୋଟିଂ କରାଯାଇଥିଲା । ତେବେ ୫ମ ଥର ପାଇଁ ପ୍ରିୟଙ୍କା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଗତଥର ବିଜୟିନୀ ଦୀପିକା ପାଦୁକୋନ ଚଳିତଥର ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ନିୟା ଶର୍ମା, ଚତୁର୍ଥରେ ଆଲିୟା ଭଟ୍ଟ, ୫ମରେ ମାହିରା ଖାନ, ୬ଷ୍ଠ ଆକର୍ଷଣୀୟା ମହିଳା ଭାବେ ଅଭିନେତ୍ରୀ ଦ୍ରଷ୍ଟି ଧମି ମନୋନୀତ ହୋଇଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ