ଅଞ୍ଜଳି ବଳାତ୍କାର ଓ ହତ୍ୟା ମାମଲା : କୋଲି ଓ ପନ୍ଦେର ଦୋଷୀ ସାବ୍ୟସ୍ତ

ଅଞ୍ଜଳି ବଳାତ୍କାର ଓ ହତ୍ୟା ମାମଲା : କୋଲି ଓ ପନ୍ଦେର ଦୋଷୀ ସାବ୍ୟସ୍ତ

Copy Editor RKD | Published On: Dec 07, 2017 08:08 PM IST |   248

ଗାଜିଆବାଦ : ବହୁଚର୍ଚ୍ଚିତ ନିଠାରୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସୁରେନ୍ଦ୍ର କୋଲି ଓ ମୋନିନ୍ଦର ସିଂ ପନ୍ଦେରଙ୍କୁ ୨୫ ବର୍ଷିୟା ଅଞ୍ଜଳି ବଳାତ୍କାର ଓ ହତ୍ୟା ମାମଲାରେ ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟରେ ଶୁକ୍ରବାର ଦଣ୍ଡ ନେଇ ରାୟ ପ୍ରକାଶ ପାଇବ । ଉଲ୍ଲେଖଯୋଗ୍ୟ ଯେ ନିଠାରୀ ହତ୍ୟାକାଣ୍ଡ ମାମଲାରେ ସ୍ୱତନ୍ତ୍ର ଅଦାଲତ କୋଲି ଓ ପନେ୍ଦରଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଛନ୍ତି । ଅଞ୍ଜଳି ବଳାତ୍କାର ଓ ହତ୍ୟା ମାମଲା ନିଠାରୀ ହତ୍ୟାକାଣ୍ଡ ସିରିଜର ନବମ ଏବଂ ଚର୍ଚ୍ଚିତ ମାମଲା । ୨୦୦୭ରୁ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି । ୨୫ ବର୍ଷିୟା ଅଞ୍ଜଳି ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିଲେ । ହଠାତ ଅଞ୍ଜଳି ପନ୍ଦେରଙ୍କ ଘର ଆଗରୁ ଉଭାନ ହୋଇଯାଇଥିଲେ । ପୁଲିସ୍‌ ଅଞ୍ଜଳିର ନିଖୋଜ ମାମଲା ଦାୟର କରିଥିଲା । ପରେ ନିଠାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବାରୁ ଅଞ୍ଚଳିର କଙ୍କାଳ ଉଦ୍ଧାର ହୋଇଥିଲା । ଏନେଇ ପନ୍ଦେର ଓ କୋଲିଙ୍କ ବିରୋଧରେ ଆଇପିସି ଧାରା ୩୦୨, ୩୭୬, ୩୬୪ରେ ମାମଲା ରୁଜୁ ହୋଇଥିଲା । ୩୮ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ସ୍ୱତନ୍ତ୍ର ସିବିଆଇ ଅଦାଲତ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ