ନାହାଁନ୍ତି ସୁପରଷ୍ଟାର, ବଜେଟ କମ୍‌; ତଥାପି ସୁପରହିଟ୍‌

ଜାଣନ୍ତୁ ଚଳିତବର୍ଷର ୬ଟି ସଫଳ ଫିଲ୍ମ

Copy Editor RRM | Published On: Dec 07, 2017 07:36 PM IST |   566

ନୂଆଦିଲ୍ଲୀ: ୨୦୧୬ ବର୍ଷର ଶେଷ ସିନେମା ସୁପରଷ୍ଟାର ଆମିର ଖାନଙ୍କ ‘ଦଙ୍ଗଲ’, ଯାହାକି ବକ୍ସ ଅଫିସ୍‌ରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା । ଷ୍ଟାରକାଷ୍ଟ ସହ ଦମଦାର କାହାଣୀ ଯୋଗୁଁ ସିନେମା ବ୍ଲକବଷ୍ଟର ହିଟ୍‌ ସାବ୍ୟସ୍ତ ହୋଇଥିଲା । ତେବେ ୨୦୧୭ରେ ମଧ୍ୟ ଏଭଳି ଟ୍ରେଣ୍ଡ୍‌ ଦେଖିବାକୁ ମିଳିଥିଲା । ମୁକ୍ତିଲାଭ କରିଥିବା କେତୋଟି ସ୍ୱଳ୍ପ ବଜେଟ୍‌ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ଭଲ ଲାଗିବା ସହ ସୁପରହିଟ୍‌ ମଧ୍ୟ ଘୋଷିତ ହୋଇଥିଲା, କାହିଁକି ନା ଏହି ଫିଲ୍ମଗୁଡ଼ିକର ସଫଳତା କେବଳ ଭଲ କାହାଣୀ । ବଲିଉଡ ଫିଲ୍ମ ‘ନୁ୍ୟଟନ’କୁ ଏଠାରେ ଉଦାହରଣ ରୂପେ ନିଆଯାଇପାରେ । ତେବେ ଆସନ୍ତୁ ଜାଣିବା ୨୦୧୭ରେ ରିଲିଜ୍‌ ହୋଇଥିବା କେତୋଟି ଫିଲ୍ମ, ଯେଉଁଗୁଡ଼ିକର ବଜେଟ କମ୍‌ କିନ୍ତୁ ସିନେମା ହଲରେ ଧମାଲ ମଚାଇଥିଲା । ହିନ୍ଦୀ ମିଡିୟମ: ବଜେଟ ୨୨ କୋଟି, ଆୟ ୬୯.୫୯ କୋଟି ଏହି ସିନେମାକୁ ବ୍ୟବସାୟିକ ସଫଳତା ମିଳିବା ସହ ସିନେ ସମୀକ୍ଷକକୁ ପସନ୍ଦ ଆସିଥିଲା । ଉଚିତ ଦିଗଦର୍ଶନ ସହ ଭରପୂର ମନୋରଞ୍ଜନ ଫିଲ୍ମ ଜରିଆରେ ମିଳିଥାଏ ବୋଲି ସ୍ପଷ୍ଟ ହୋଇଥିଲା । ନୁ୍ୟଟନ୍‌: ବଜେଟ ୯ କୋଟି, ଆୟ ୨୨ କୋଟି ରାଜକୁମାର ରାଓ ଅଭିନୀତ ଫିଲ୍ମ ‘ନୁ୍ୟଟନ’ରେ ଭାରତୀୟ ନିର୍ବାଚନ ବ୍ୟବସ୍ଥା ଦର୍ଶାଯାଇଥିବାବେଳେ ଦର୍ଶକ ଏହାକୁ ପସନ୍ଦ ମଧ୍ୟ କରିଥିଲେ । ଫଳରେ ରାଜକୁମାରଙ୍କ ଏହା ସଫଳ ବଲିଉଡ ସିନେମା ପ୍ରମାଣିତ ହୋଇଥିଲା । ଶୁଭ ମଙ୍ଗଳ ସାବଧାନ: ବଜେଟ ୧୭ କୋଟି, ଆୟ ୪୩.୧୧ କୋଟି ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଓ ଅଭିନେତ୍ରୀ ଭୁମି ପେଡନକରଙ୍କ ଏହା ଏଭଳି ଏକ ଫିଲ୍ମ, ଯାହାର ବିଷୟବସ୍ତୁ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବା ଆମ ସମାଜରେ ଗ୍ରହଣ ହୋଇନଥାଏ । ନଂପୁସକତା ଉପରେ ଆଧାରିତ ଏହି ସିନେମା ଦର୍ଶକଙ୍କ ପସନ୍ଦ ମଧ୍ୟ ଆସିଥିଲା । ବରେଲୀ କି ବର୍ଫି: ବଜେଟ ୨୦ କୋଟି, ଆୟ ୩୪.୫୫ କୋଟି ଏକ ଛୋଟ ସହରର ଚୁଲବୁଲି ଝିଅ ଓ ତା’ର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିଣିଥିଲା । ଏଥିରେ ଦର୍ଶାଯାଇଥିବା ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କ ମନ ମୋହିଥିଲା । ତେବେ ଏହି ଧାରାରେ ଫିଲ୍ମ ଲିପ୍‌ଷ୍ଟିକ୍‌ ଅଣ୍ଡର ମାଇଁ ବୁର୍ଖା, ବାବୁମୋସାଇ ବନ୍ଧୁକବାଜ୍‌ ସାମିଲ ରହିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ