କୁମ୍ଭମେଳାକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ମାନ୍ୟତା

କୁମ୍ଭମେଳାକୁ ୟୁନେସ୍କୋ ସାଂସ୍କୃତିକ ଐତିହ୍ୟ ମାନ୍ୟତା

Copy Editor RKD | Published On: Dec 07, 2017 06:46 PM IST | Updated On: Dec 07, 2017 07:06 PM IST |   272

ନୂଆଦିଲ୍ଲୀ : ଜାତିସଂଘ ସଂସ୍ଥା ୟୁନେସ୍କୋ ପକ୍ଷରୁ ଭାରତୀୟ କୁମ୍ଭମେଳା ‘ମାନବଜାତିର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ’ ତାଲିକାରେ ସ୍ଥାନ ପାଇଛି । ୟୁନେସ୍କୋ ସରକାରୀ ଟ୍ୱିଟ୍‌ରେ ଏହା ପ୍ରକାଶ ପାଇବା ସହ ଭାରତକୁ ଅଭିନନ୍ଦନ ଜଣାଯାଇଛି । ଦକ୍ଷିଣକୋରିଆର ଜେଜୁଠାରେ ଡିସେମ୍ବର ୪ରୁ ଆରମ୍ଭ ହୋଇଥିବା ୟୁନେସ୍କୋ ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ଆନ୍ତଃସରକାରୀ କମିଟି ଅଧିବେଶନରେ ଭାରତର କୁମ୍ଭମେଳାକୁ ମାନବଜାତିର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ମିଳିବା ସହ ଏହା ତାଲିକାରେ ସ୍ଥାନ ପାଇଛି । ଏହି ଅଧିବେଶନ ଡିସେମ୍ବର ୯ ପର୍ଯ୍ୟନ୍ତ ଚାଲିବ । ଏହି ତାଲିକାରେ ଭାରତର କୁମ୍ଭମେଳା ସହ ବିଶ୍ୱର ବୋଟସୱାନା, କଲୋମ୍ବିଆ, ଭେଜେଜୁଏଲା, ମଙ୍ଗୋଲିଆ, ମରୋକୋ, ତୁର୍କି ଏବଂ ୟୁଏଇର ନୂତନ ସାଂସ୍କୃତିକ ଐତିହ୍ୟ ସ୍ଥାନ ପାଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଟ୍ୱିଟ୍‌ କରି ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ