ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଲା

ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ଅନୁମତି ମିଳିଲା

Copy Editor RKD | Published On: Dec 07, 2017 06:13 PM IST |   216

କାନବେରା : ଅଷ୍ଟ୍ରେଲିଆ ସଂସଦରେ ଗୁରୁବାର ସମଲିଙ୍ଗୀ ବିବାହ ବିଲ୍‌ ଗୃହୀତ ହୋଇଛି । ଫଳରେ ଏବେ ଅଷ୍ଟ୍ରେଲିଆରେ ପୁରୁଷ-ପୁରୁଷ ଓ ମହିଳା-ମହିଳା ସମଲିଙ୍ଗୀ ବିବାହ ସମ୍ଭବପର ହୋଇପାରିବ । ଏନେଇ ତିକ୍ତ ଆଲୋଚନା ପରେ ବାଲୋଟ ସର୍ବେକ୍ଷଣରେ ଦେଶରେ ୧୨.୭ ଶହ କୋଟିରୁ ଅଧିକ ଭୋଟର ସମଲିଙ୍ଗୀ ବିବାହ ସପକ୍ଷରେ ଭୋଟ ଦେଇଥିଲେ । ଗତ ସପ୍ତାହରେ ସିନେଟରେ ଏହି ବିଲ୍‌ ୪୩ ଓ ୧୨ ଭୋଟ ବ୍ୟବଧାନରେ ପାରିତ ହୋଇଥିଲା । ସିନେଟରୁ ପାରିତ ହେବା ପରେ ସଂସଦରେ ଗୃହିତ ହେବା ପାଇଁ ଏହି ବିଲ୍‌ ଆଗତ ହୋଇଥିଲା । ଏହା ଗୁରୁବାର ବହୁମତରେ ଗୃହୀତ ହୋଇଛି । ଏହି କ୍ରମରେ ଆସନ୍ତା ବର୍ଷ ଫେବୃଆରୀ ମାସରେ ଅଷ୍ଟ୍ରେଲିଆରେ ପ୍ରଥମ ସମଲିଙ୍ଗୀ ବିବାହ ଅନୁଷ୍ଠିତ ହେବାକୁ ଯାଉଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ